ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ଠାରେ ନଦୀ ବନ୍ଧ,ପଥର ବନ୍ଧ ର ସର୍ଭେ କାର୍ଯ୍ୟର ଶୁଭାରମ୍ଭ 

ବେଦବ୍ୟାସ ଠାରେ ନଦୀ ବନ୍ଧ,ପଥର ବନ୍ଧ ର ସର୍ଭେ କାର୍ଯ୍ୟର ଶୁଭାରମ୍ଭ 

ରାଉରକେଲା : ପୁରୁଣା ଛେଣ୍ଡ ଏବଂ ପାନପୋଷ ମଧ୍ୟ ଭାଗରେ ଥିବା ତ୍ରିବେଣୀ ଘାଟ (ହାଡ଼ପକା ଘାଟ)ଠାରେ ବେଦବ୍ୟାସ ସଙ୍ଗମ ସ୍ଥଳରେ ଏକ ଜଳ ଭଣ୍ଡାର ସୃଷ୍ଟି ସହିତ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ, ନଦୀବନ୍ଧ ରାସ୍ତା, ପଥର ବନ୍ଧ ଏବଂ ପାହାଚ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟର ଶୁଭାରମ୍ଭ ହୋଇଛି l ଏହି ସର୍ଭେ କାର୍ଯ୍ୟ ପାଇଁ ପ୍ରାୟ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟୟ ଅଟକଳ କରାଯାଇଥିଲା ଯାହା ଗତ ମାସରେ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି l ଏହି ମହନୀୟ କାର୍ଯ୍ୟ ପାନପୋଷ ଜଳସେଚନ (ଆଇ. ବି.) ସହାୟକ ନିର୍ବାହୀ ଯନ୍ତ୍ରୀ ଚନ୍ଦ୍ରମଣି ବାବୁଙ୍କ ତତ୍ୱାବଧାନରେ କଟକ ସ୍ଥିତ ଗାୟତ୍ରୀ କନସଲଟାଣ୍ଟର ଅଭିଜ୍ଞ ସର୍ଭେକ୍ଷକ ଜୟନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଦଳ ଦ୍ୱାରା ପ୍ରାୟ ଏକମାସ ଧରି ଚାଲିବ l ପରବର୍ତ୍ତୀ ସମୟରେ ଆଠ ଦଶଟି ବୋରିଂ କରାଯିବ l ସର୍ଭେ କାର୍ଯ୍ୟର ସମାପନ ପରେ ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ବିଭାଗୀୟ ଅଧିକାରୀମାନେ ପ୍ରକଳ୍ପର ଅନୁମୋଦନ ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଝୁଲାପୋଲ (ବ୍ୟାସସେତୁ) ସହିତ ଜଳଭଣ୍ଡାର ପାଇଁ ବହୁ ପୂର୍ବରୁ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ଦାବି ହୋଇ ଆସୁଥିଲା l ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା କଂକ୍ରିଟ ବ୍ୟାସସେତୁ ସହିତ ଜଳଭଣ୍ଡାର ପ୍ରକଳ୍ପ ଅନୁମୋଦନ ଲାଭ କଲେ ବ୍ୟାସକ୍ଷେତ୍ର ରାଷ୍ଟ୍ରୀୟ ସ୍ଥରର ଏକ ପ୍ରମୁଖ ଅଧ୍ୟାତ୍ମ୍ୟପୀଠ ଭାବରେ ମାନ୍ୟତା ଲାଭ କରିବ l ଜଳଭଣ୍ଡାର ସହିତ ଶଙ୍ଖ, କୋଇଲି ଏବଂ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ନଦୀବନ୍ଧ ରାସ୍ତା ନିର୍ମାଣ ହେଲେ ଗମନାଗମନର ସୁବିଧା ହେବ ।ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇପରେ ଯେ କଳିଙ୍ଗବିହାର ରେଳଫାଟକଠାରୁ ପାନପୋଷ ଛକ ମଧ୍ୟରେ ଥିବା ପ୍ରଣାମ ୨.୫ କିଲୋମିଟର ବିଶିଷ୍ଟ ଏକମାତ୍ର ୩୦ ଫୁଟର ରାସ୍ତା ଉପରେ ପୁରୁଣା ଛେଣ୍ଡ ଏବଂ ପାନପୋଷ ବାସିନ୍ଦା ନିର୍ଭରଶୀଳ l ଏହି ଅଞ୍ଚଳରେ ବାସିନ୍ଦାଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି ଯାହା ଏହି ଏକମାତ୍ର ରାସ୍ତାରେ ଆଗାମୀ ଦିନରେ ଗମନାଗମନ କରିବା ସମସ୍ୟାଜନକ ହୋଇପଡ଼ିବ l ଏହାକୁ ଦୃଷ୍ଟିରେ ରଖି ନଦୀବନ୍ଧ ରାସ୍ତା ଅତ୍ୟନ୍ତ ଆବଶ୍ୟକ ବୋଲି ବିଚାର କରିବାକୁ ହେବ l ଅନେକଙ୍କ ଜ୍ଞାତସାରରେ ରହିଛି ଯେ ୨୦୧୩ ମସିହାରେ ତରକେରା ପମ୍ପ ହାଉସଠାରୁ ଝିରପାଣି ପଯ୍ୟନ୍ତ ଏକ ନଦୀବନ୍ଧ ରାସ୍ତାର ପରିକଳ୍ପନା କରାଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା l ସେ ସମୟରେ ଏହି ରିଙ୍ଗ ନଦୀବନ୍ଧ ପାଇଁ ୩୦ କୋଟି ଟଙ୍କାର ବ୍ୟୟଅଟକଳ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ କୌଣସି କାରଣ ନଥାଇ ଥଣ୍ଡାବାକ୍ସକୁ ଚାଲି ଯାଇଥିଲା l ବିରମିତ୍ରପୁର ରେଳଧରଣାର ଅପର ପାର୍ଶ୍ୱରେ ଆଖିଦୃଷ୍ଟିଆ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ପୁରୁଣା ଛେଣ୍ଡ ତଥା ପାନପୋଷ ଅଂଚଳ ବିକାଶମୂଳକ କାର୍ଯ୍ୟରୁ ବଞ୍ଚିତ ରହି ଆସିଛି l ୨୦୨୦ ମସିହାରେ ରାଉରକେଲା ମ୍ୟୁନିସିପାଲଟି ମାଧ୍ୟମରେ ଏକ କମ୍ପ୍ରେହେନସିଭ ଡେଭଲପମେଣ୍ଟ ପ୍ଲାନ (ସି. ଡ଼ି. ପି.) ପ୍ରସ୍ତୁତ ହୋଇଥିଲା l ଏହି ପ୍ଲାନ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ତଟରେ ପାନପୋଷଠାରେ ୪୫ ମିଟର ଏବଂ ପୁରୁଣା ଛେଣ୍ଡଠାରେ ୯୦ ମିଟର ଚଉଡ଼ା ରାସ୍ତା ରହିଛି l ସି. ଡ଼ି. ପି. ପ୍ରସ୍ତୁତ ହେବା ଏହା ମଧ୍ୟରେ ଛଅ ବର୍ଷରୁ ଅଧିକା ହେଲାଣି, ଅଥଚ ନଦୀବନ୍ଧ ରାସ୍ତାର ବାସ୍ତବତା ଦୂରର କଥା କୌଣସି ପରିକଳ୍ପନା ମଧ୍ୟ ହୋଇନାହିଁ l ଏପରି ସ୍ଥଳେ ବେଦବ୍ୟାସ ବିକାଶ ମଞ୍ଚ କରିଥିବା ଦାବିକୁ ସରକାରୀ ସ୍ତରରେ ତତ୍ପରତାର ସହିତ କାର୍ଯ୍ୟକାରୀ କରିବା ପାଇଁ ସଂଗଠନର ସଭାପତି ବଦ୍ରୀନାରାୟଣ ପାଢ଼ୀ, ଉପସଭାପତି ହୃଷିକେଶ ବଳିୟାର ସିଂହ, ରମାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ, ସୁରେଶ ଚନ୍ଦ୍ର ମହାପାତ୍ର କୋଷାଧକ୍ଷ ମଧୁସୂଦନ ସାହୁ, କେଦାରନାଥ ପାଢ଼ୀ, ଲକ୍ଷ୍ମୀନାରାୟଣ ମିଶ୍ର, ଦିବାକର ନନ୍ଦ, ଅର୍ଜୁନ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପାଢ଼ୀ, ଟିକେଶ୍ୱର ପ୍ରଧାନ, ମନୋଜ କୁମାର ପାଢ଼ୀ, ଯୋଗେନ୍ଦ୍ର କୁମାର ସିହ୍ନl, କାଶୀନାଥ ସାହୁ, ଈଶ୍ୱର ଚନ୍ଦ୍ର ମହନ୍ତ, ଅୱଦେଶ ପ୍ରସାଦ, ସଞ୍ଜୟ କୁମାର ବାଜପେୟୀ, କ୍ଷେତ୍ରବାସୀ ଧଳ ଏବଂ ମଳୟ କୁମାର ଆଚାର୍ଯ୍ୟ ପ୍ରମୁଖ ଟ୍ରଷ୍ଟିମାନେ ଦାବି ଉପସ୍ଥାପନ କରିଛନ୍ତି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନlନ୍ଦୋଲ ଆଞ୍ଚଳିକ ଯାଦବ ସମିତି ର ବୈଠକ ଅନୁଷ୍ଠିତ 

Sunil Chandra Nayak

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ବାଲେଶ୍ଵର

Sunil Chandra Nayak

ପୁସ୍ତକ ମେଳା ର ଅଷ୍ଟମ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!