ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଲେଇ ଛକରେ ସାଇକେଲ ଆରୋହୀକୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ! ଘଟଣାସ୍ଥଳୟୃ ସାଇକେଲ ଚାଳକ ମୃତ;

ରାଇରଙ୍ଗପୁର ଗୋଲେଇ ଛକରେ ସାଇକେଲ ଆରୋହୀକୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ! ଘଟଣାସ୍ଥଳୟୃ ସାଇକେଲ ଚାଳକ ମୃତ

ରାଇରଙ୍ଗପୁର -୭/୦୬ ସରକାରଙ୍କ ଶୂନ୍ୟ ଦୁର୍ଘଟଣା ଫେଲ ମାରୁଛି ।ବେଫିକର ଅମାନିଆ ଡ଼୍ରାଇଭର ଯୋଗୁଁ ଜଣେ ସାଇକେଲ ଆରୋହୀ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।ରାଇରଙ୍ଗପୁର ଗୋଲେଇ ଛକରେ ମର୍ମନ୍ତୁଦ ଦୁର୍ଘଟଣା ।ସୂଚନାଯୋଗ୍ୟ ଆଜି ମଙ୍ଗଳବାର ପୂର୍ବାହ୍ନ ୯ ଘଟିକା ରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଶିମିଳିନାଳି ଗ୍ରାମର ଚାଷୀ ବୀର ମହାନ୍ତ(୬୮) ନିଜ ସାଇକେଲ ଯୋଗେ ରାଇରଙ୍ଗପୁର ସହରକୁ ଘରର ତେଲ ଲୁଣ , ସବଜି କିଣିବାକୁ ଆସିଥିଲେ ।ଥିବା ୧୧ ଘଟିକା ସମୟରେ ରାଇରଙ୍ଗପୁର ଗୋଲେଇ ଛକରେ ଯାଉଥିବାବେଳେ ପଛଆଡ଼କୁ ଏକ ମାଲ୍ ଵୋଝେଇ ଲୌହ ଦାନବ ଟ୍ରକ (NL02 Q9319) ଧକ୍କା ଦେବା ଫଳରେ ସାଇକେଲ ସହ ନିରିହ ବୃଦ୍ଧ ପେଶି ହୋଇଯାଇଥିଲେ । ରକ୍ତ ଜୁଡୁବୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ଖବର ପାଇ ରାଇରଙ୍ଗପୁର ଟାଉନ ଥାନାଧିକାରୀ ରଞ୍ଜନ ସେଠୀ ତାଙ୍କ ସହଯୋଗୀ କର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କୁ ଉଦ୍ଧାର କରିବା ସହ ରାଇରଙ୍ଗପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ସାଇକେଲ ଓ ଟ୍ରକକୁ ଜବତ କରିବା ସହ ଏକ କେଶ ମାମଲା ୨୧୨/୨୬ ମାମଲା ରୁଜୁ କରି ଘଟଣାକୁ ତଦନ୍ତ କରୁଛନ୍ତି ‌।ରାଇରଙ୍ଗପୁର ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ଜିଲ୍ଲାରେ ନୂତନ ଏସପି ନିଯୁକ୍ତି ହୋଇଛନ୍ତ ।ତେଣୁ ଏସପି ମୋହଦୟ ରାଇରଙ୍ଗପୁର ଗୋଲେଇ ଛକ, ଦୁର୍ଗାମଣ୍ଡପ ଛକ, ମୁର୍ମୁ ଛକ, ରେଳ ଫାଟକ ଛକ,ମେଡିକାଲ ଛକ, ଗାନ୍ଧୀ ଛକରେ ଟ୍ରାଫିକ ପୋଲିସ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ଼୍ବାଳ

Related posts

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

ବିଶ୍ବ ହକି କପ୍ ଟ୍ରଫି କୁ କାମାକ୍ଷାନଗର ରେ ଭବ୍ୟ ସ୍ବାଗତ

Sunil Chandra Nayak

Leave a Comment

error: Content is protected !!