ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

ନବରଙ୍ଗପୁର:(୭|୭)(ରବି ନାରାୟଣ ମହାନ୍ତି)ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନ ଅବସରରେ ନିକଟସ୍ଥ ମିୟାୱାକି ପ୍ଲାଣ୍ଟେସନ୍ ଠାରେ ପାଳନ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର, ଶ୍ରାଯୁକ୍ତ ଗୌରୀ ଶଙ୍କର ମାଝୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରକାଶ ମିଶ୍ର ,ବନଖଣ୍ଡ ଅଧିକାରୀ ନବରଙ୍ଗପୁର, ଶ୍ରୀ ଉଦୟନ ସୁବୁଦ୍ଧି, ଜିଲ୍ଲା ଆରକ୍ଷୀ ଅଧିକକ୍ଷ ଶ୍ରୀ କାଶ୍ୟପ ପାର୍ଥ ଜଗଦିଶ, ବନଖଣ୍ଡ ଅଧିକାରୀ(କେନ୍ଦୁପତ୍ର)ନବରଙ୍ଗପୁର ଶ୍ରାମତୀ କିରଣବାଲା ସାମନ୍ତରାୟ, ସହକାରୀ ବନ ସଂରକ୍ଷକ ନବରଙ୍ଗପୁର ଶ୍ରୀମତୀ ଦିବ୍ୟା ମାଧୁରୀ ସେଠୀ, ମିଡିଆ ବନ୍ଧୁମାନେ ଏବଂ ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ଶ୍ରୀ ଗୋପିନାଥ ସାହୁ, କୋଡିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ନନ୍ଦ, ଉମରକୋଟ୍ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ଦେବସ୍ମିତା ସାହୁ ଓ ପରେଷ୍ଟର, ପରେଷ୍ଟ୍ ଗାର୍ଡ ଉପସ୍ଥିତ ରହିବା ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଆକର୍ଷଣ ଥିଲା “ମା ପାଇଁ ଗଛ ଟିଏ ଲଗାଇବା” ଓ “ପରିବେଶ କୁ ବଞ୍ଚାଇବା”। ପରିଶେଷରେ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନ ୨୦୨୬ ଅବସରରେ ଉମରକୋଟ୍ ବନାଞ୍ଚଳ ଅଧିନରେ ଥିବା “ସିଉନି ବନସୁରକ୍ଷା ସମିତିଙ୍କୁ ମୁଖ୍ୟମନ୍ତ୍ରୀ ପୁରୁଷ୍କାର” ରେ ସମ୍ମାନୀତ କରାଗଲା।

Related posts

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

masiha

ସୂଚନା ଅଧିକାର ଆଇନକୁ ଫୁ : ତଥ୍ଯ ଦେବାକୁ ଡରୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ 

Sunil Chandra Nayak

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

masiha

Leave a Comment

error: Content is protected !!