ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କନ୍ଧମାଳ,ତା, ୦୮/୦୭: (ମନିସ): ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ନୂତନ ସରକାରଙ୍କ ଦୁଇ ବର୍ଷ ପାଳନ କରୁଥିବା ବେଳେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଧୁରିବାର ନା ଧରୁନି । ଦିନକୁ ଦିନ ନିମ୍ନ ଗାମୀ ଆଡକୁ ଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ଜିଲ୍ଲାରେ ଶିକ୍ଷକ ଅଭାବ ରହିଥିବା ବେଳେ ପୁଣି ଅନୁଭବି ଗୋଷ୍ଠୀ ଶିକ୍ଷାଧିକାରୀ ମାନଙ୍କୁ ବଦଳୀ ଚିନ୍ତା ବଢାଇଛି । ୧୨ ଟି ବ୍ଲକ ରେ ୧୨ ଟି ଗୋଷ୍ଠୀ ଶିକ୍ଷାଧିକାରୀ ରହିବା ସ୍ଥଳେ ମାତ୍ର ୭ ଟି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରହିଛନ୍ତି । ତୁମୁଡିବନ୍ଧ ,ଦାରିଙ୍ଗବାଡି ,କ.ନୂଆଗାଁ ,ଘୁ.ଉଦୟଗିରି ,ଫିରିଙ୍ଗିଆ ଓ ଚକାପାଦ ୫ ବ୍ଲକ ରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଖାଲିଥିବା ପଦବୀ ପୂରଣ କରିବାର କଥା ତ ଛାଡନ୍ତୁ ପୁଣି ରାଇକିଆ ବ୍ଲକ ଶିକ୍ଷାଧିକାରୀ କେଶବ ମଲ୍ଲିକ , ବାଲିଗୁଡା ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଓ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀ ଆଲୋକ ପ୍ରଧାନ ୩ ଜଣ ଶିକ୍ଷାଧିକାରୀ ଙ୍କ ବଦଳୀ ହୋଇଛି । ବର୍ତ୍ତମାନ ଫିରିଙ୍ଗିଆ ବ୍ଲକ ଅଧିକାରୀ ଙ୍କୁ ରିଲିଭ କରାଯିବାରୁ ବର୍ତ୍ତମାନ ଟିକାବାଲି ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵ ତୁଲାଇବେ ବୋଲି ଜଣା ପଡିଛି । ପୂର୍ବରୁ ବାଲିଗୁଡା ଗୋଷ୍ଠୀ ଅଧିକାରୀ ଦାରିଙ୍ଗବାଡି ବ୍ଲକ ଦାୟିତ୍ଵ ରେ ରହିଥିବା ବେଳେ , ତୁମୁଡିବନ୍ଧ ବ୍ଲକ କୋଟଗଡ ବ୍ଲକ ଶିକ୍ଷାଧିକାରୀ ,ଘୁ ଉଦୟଗିରି ବ୍ଲକ ରାଇକିଆ ଶିକ୍ଷାଧିକାରୀ , କ ନୂଆଗାଁ ବ୍ଲକ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵ ତୁଲାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଶିକ୍ଷାଧିକାରୀ ଙ୍କୁ ରିଲିଭ କରିବା ଫଳରେ କ.ନୂଆଗାଁ ଓ ଫିରିଙ୍ଗିଆ ବ୍ଲକ ରେ ପଦବୀ ଖାଲି ପଡିଲା । ଜିଲ୍ଲାର ଶିକ୍ଷା ବ୍ୟବସ୍ଥା କୁ ସୁଧାରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ‘ଟିଚ କନ୍ଧମାଳ ‘ ଭଳି ଏକ ଅଭିନବ ଯୋଜନା ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ବିଦ୍ୟଳୟ ପରିଦର୍ଶନ କରି ଶିକ୍ଷା ଦାନର ସ୍ଥିତି ଅନୁଧ୍ୟାନ କରିବେ ବିଦ୍ୟାଳୟ ର ପାଠ ପଢା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ , ଛାତ୍ର ଛାତ୍ରୀ ମାନଙ୍କ ପରିଷ୍କାର ପରିଚ୍ଛନ୍ନ, ପରିବେଶ ଓ ଉପସ୍ଥାନ ଯାଞ୍ଚ କରି ଶିକ୍ଷା ବ୍ୟବସ୍ଥା କୁ ସୁଧାରିବେ । ଗତ ବର୍ଷ ମଧ୍ୟ ତୁମୁଡିବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ବଦଳୀ ହୋଇଥିବା ବେଳେ ତାଙ୍କ ସ୍ଥାନରେ କେହି ଆସିନଥିବା ବେଳେ ତାଙ୍କୁ ରିଲିଭ କରିଦେବା ଫଳରେ ବର୍ତ୍ତମାନ ମଧ୍ୟ କେହି ଆସିନାହାନ୍ତି ।ଯାହା ଫଳରେ ତୁମୁଡିବନ୍ଧ ଭଳି ପଛୁଆ ଅଞ୍ଚଳ ରେ ଶିକ୍ଷା ବ୍ୟବସ୍ଥାକୁ ନେଇ କୋଟଗଡ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ଵ ରେ ରହି କାମ ଚଳାଉଛନ୍ତି । ଚଳିତ ବର୍ଷ ଶିକ୍ଷା ବ୍ୟବସ୍ଥା ରେ ଲାଗିରହିଥିବା ବହି ତୃଟି ସାଙ୍ଗକୁ କିଛି ବିଦ୍ୟାଳୟ ରେ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଶିକ୍ଷକ ପଦବୀ ଖାଲି ରହିଛି । ସେସବୁକୁ ଚଳାଇବା ଚିନ୍ତା ର ବିଷୟ ପାଲଟିଛି । ଜିଲ୍ଲାରେ ଖାଲି ଥିବା ଓ ବଦଳି ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ରେ ଦକ୍ଷତା ଭିର୍ତ୍ତିକ ଅଧିକାରୀ ଙ୍କୁ ନିଯୁକ୍ତ କରିବା ପାଇଁ ଅଭିଭାବକ ସଂଘ ପକ୍ଷରୁ ଦାବୀ ହେଉଛି ।

ରିପୋର୍ଟ,:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରାୟଗଡ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କଲେ 

masiha

ଚାଷ କାର୍ଯ୍ୟରେ ମଜିଗଲେ କାଉନସିଲର ଷେଣ୍ଢ ବାବୁ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!