ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା: ରାଉରକେଲା ସାଙ୍ଗଠନିକ ଜିଲ୍ଲା ଆନୁକୂଲ୍ୟରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ରେ ବିଜେପିର ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀର ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧକ୍ଷତାରେ ସେକ୍ଟର – ୨ ସ୍ଥିତ ସେହେନାଇ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତରଫରୁ ଉକ୍ତ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶରତ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିବା ସହିତ ଡଃ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ସମ୍ମିଳନୀର ଶୁଭାରମ୍ଭ କରିଥିଲେ। ଜିଲ୍ଳା ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମ୍ମିଳନୀର ଉଦ୍ଦେଶ୍ୟ ଓ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଶତପଥୀ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ମୃତି ଚାରଣ କରିବା ସହିତ ସେ କିିପରି କେନ୍ଦ୍ର ସରକାରରୁ ୧୯୫୦ ମସିହାରେ ଲିୟାକତ ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନେହେରୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ଏବଂ ୧୯୫୧ ରେ ଭାରତୀୟ ଜନସଂଘ ଗଠନ କରି କଂଗ୍ରେସର ବିକଳ୍ପ ରାଜନୈତିକ ଦଳ ରୂପେ ଉଭା କଲେ । ସେ ଜାମ୍ମୁ କାଶ୍ମୀରକୁ ଦିଆଯାଇ ଥିବା ସ୍ବତନ୍ତ୍ର ପାହ୍ୟା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବଂ ଏକ ଦେଶରେ ଦୁଇ ବିଧାନ, ଦୁଇ ପ୍ରଧାନ, ଦୁଇ ନିଶାନ ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇ କାଶ୍ମୀର ଅଭିମୁଖେ ୧୯୫୩ ମସିହା ମେ ମାସ ୧୧ ତାରିଖ ଦିନ ଯାତ୍ରା କରି ବନ୍ଦୀ ହେଲେ ଓ ପରିଶେଷରେ ଜୁନ୍ ୨୩ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ରହସ୍ୟମୟ ମୃତ୍ୟୁ ଘଟିଥିଲା । ତାଙ୍କର ବଳିଦାନ ଯୋଗୁ ମୋଦି ସରକାର ତାଙ୍କ ସ୍ଵପ୍ନକୁ ସାକାର କରିବାକୁ ଯାଇ ୩୭୦ ଧାରାକୁ ଉଚ୍ଛେଦ କଲେ ସେ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ମଧ୍ୟ ତାଙ୍କ ବକ୍ତବ୍ୟରେ ତାଙ୍କର ବାଲ୍ୟ କାଳ, ରାଜନୈତିକ ସଂଘର୍ଷ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଶାସନ ଓ ରାଜ୍ୟ ସରକାରଙ୍କ ୨ ବର୍ଷର ଶାସନ କାଳରେ ହୋଇଥିବା ଉପଲବ୍ଧି ତଥା ବିବିଧ ଜନ ହିତକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ ସମଗ୍ର ଦେଶରେ ବିଜେପି ତରଫରୁ ଚାଲିଥିବା ଡ଼ିଜିଟାଲ୍ ପ୍ରଶିକ୍ଷଣ ସକ୍ଷମ କାର୍ଯ୍ୟକର୍ତ୍ତା , ସଶକ୍ତ ସଂଗଠନ ଗଠନ କରି ସେଥିରେ କିପରି ସମସ୍ତେ ଯୋଡ଼ି ହେବେ ସେ ଉପରେ ଚର୍ଚ୍ଚା କରିଥିଲେ । ରାଜ୍ୟ ପ୍ରବକ୍ତା ଧୀରେନ୍ ସେନାପତି ଓ ଅନ୍ୟ ନେତୃବୃନ୍ଦ ସଂଗଠନକୁ ସୁଦୃଢ଼ ଓ ଶକ୍ତିଶାଳୀ କିପରି କରାିଯିବ ତା ଉପରେ ଆଲୋକପାତ କରିଥିଲେ । ପରିଶେଷରେ ଜିଲ୍ଲା ମୁଖପାତ୍ର ତଥା ଜନ ସଂଘରୁ ବିଜେପିରେ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଥିବା କାର୍ଯ୍ୟକର୍ତ୍ତା ଗଙ୍ଗାଧର ଦାଶଙ୍କ ମଧ୍ୟ ଆଜି ୭୦ ତମ ଜନ୍ମଦିନ ପାଳନ କରାଯାଇଥିଲା । ବିରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରଂଜିତ ନାୟକ, ଅଭିରାମ ମହାକୁଳ ଏବଂ ନିରଞ୍ଜନ ମହନ୍ତ, ଜିଲ୍ଲା ଉପସଭାପତି ମନୋଜ ସେନାପତି, ସତ୍ୟପ୍ରିୟ ସାହୁ, ସୁନିଲ ତିଓ୍ଵାରୀ, ପଦ୍ମିନୀ ଦାଶ, ଅରବିନ୍ଦ ନାଥ ଶର୍ମା ଏବଂ ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟ ଶର୍ମା ମଞ୍ଚାସିନ ଥିଲେ। ନିରଞ୍ଜନ ମହନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅଭିରାମ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର ତଥା ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲୋକସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକରେ ତୋମର ଙ୍କ କର୍ଣ୍ଣ ମନ୍ତ୍ର

masiha

ଜିଲ୍ଲା ଯୁବକଂଗ୍ରେସ ପୂର୍ଣ୍ଣାଙ୍ଗ କମିଟିରେ ତେନ୍ତୁଳିଖୁଣ୍ଟି ରୁ ଦୁଇ ଜଣ : ବ୍ଲକ ଯୁବକଂଗ୍ରେସ ହେଲେ ପଙ୍କଜ

Sunil Chandra Nayak

ରାଇରଙ୍ଗପୁରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

Leave a Comment

error: Content is protected !!