ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ ସାହୁ

ନୂଆପଡା: ଓଡ଼ିଶାର ଅଗ୍ରଗଣ୍ୟ ସାହିତ୍ଯାନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଭାବରେ ଯୁବ ସାହିତ୍ଯିକ ଗୌରାଙ୍ଗ କୁମାର ସାହୁ ମନୋନୀତ ହୋଇଛନ୍ତି। ସ୍ଥାନୀୟ ଦରବାରଠାରେ ସମିତିର ସ୍ଥାୟୀ ସଭାପତି ରାଜାସାହେବ ତଥା ବିଶିଷ୍ଟ ଗବେଷକ ଡକ୍ଟର ଜିତାମିତ୍ର ପ୍ରସାଦ ସିଂହ ଦେବଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରେ ସର୍ବସମ୍ମତି କ୍ରମେ ଗାଳ୍ପିକ ଗୌରାଙ୍ଗ କୁମାର ସାହୁଙ୍କୁ ସମିତିର ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା। ପୂର୍ବରୁ ଶ୍ରୀଯୁକ୍ତ ସାହୁ ସମିତିର ପରିଚାଳନା ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ । ବର୍ତ୍ତମାନ ସେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ଖଡ଼ିଆଳ ସାହିତ୍ୟ ସମିତି ଭଳି ମର୍ଯ୍ୟାଦାପୂର୍ଣ୍ଣ ଅନୁଷ୍ଠାନର ସଂପାଦକ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଗୌରବର ବିଷୟ ଏବଂ ସମସ୍ତଙ୍କ ସାହାଯ୍ୟ ,ସହଯୋଗ ଓ ଦିଗଦର୍ଶନରେ ଉକ୍ତ ଦାୟିତ୍ୱକୁ ତୁଲେଇବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ସମିତିର ସଭାପତି, ରାଣୀସାହେବା ଡକ୍ଟର ରାଜଶ୍ରୀ ଦେବୀ, ଯୁବରାଜ ଦେବଦେବ ସିଂହ ଦେଓ, ପଟ୍ଟାୟତ ନୀଳଲୋହିତ ସିଂହ ଦେବ ,ଅନୁଷ୍ଠାନର କର୍ମକର୍ତ୍ତା ତଥା ଖଡ଼ିଆଳ ଅଞ୍ଚଳର ସମସ୍ତ ସାହିତ୍ଯିକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସଭାରେ ଯୁଗ୍ମ ସଂପାଦକ ଆଦିତ୍ୟ ନାରାୟଣ ପଣ୍ଡା ଓ କୁନାଲ ଚରଣ ବେହେରା, ବରିଷ୍ଠ ସଦସ୍ୟ ଖରତ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ରାଜା ବ୍ରଜରାଜ ସିଂହ ଦେବଙ୍କ କରକମଳରେ ୧୮୮୩ ମସିହାରେ ଖଡ଼ିଆଳ ସାହିତ୍ୟ ସମିତି ପ୍ରତିଷ୍ଠିତ ହୋଇଥିଲା। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭାର୍ଯ୍ଯାଳୟ

ମୋହନଗିରୀ ଅଞ୍ଚଳର ସରବେଡା ଗ୍ରାମରେ ବହୁ ଆଡମ୍ବରରେ ଗଣେଶ ପୂଜା ଆୟୋଜିତ

Sunil Chandra Nayak

Leave a Comment

error: Content is protected !!