ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା-୨୦୨୬ ଉପଲକ୍ଷେ  ସଂସ୍କୃତିଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବୈଠକ 

ରଥଯାତ୍ରା-୨୦୨୬ ଉପଲକ୍ଷେ  ସଂସ୍କୃତିଜ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ବୈଠକ 

ଭବାନିପାଟଣା: ତା. ୧୦.୦୭.୨୦୨୬ – ପବିତ୍ର ରଥଯାତ୍ରା-୨୦୨୬ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, କଳାହାଣ୍ଡିଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜନ ହେବାକୁଥ‌ିବା ଭକ୍ତି ସଂଗୀତର ବିଶେଷ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ଭଜନ ଧାରା ତଥା ରଥଯାତ୍ରା ଭଜନ ସମାରୋହ – ୨୦୨୬ ର ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୧୨.୩୦ ମିନିଟ ସମୟରେ ଜିଲ୍ଲାପାଳ, କଳାହାଣ୍ଡିଙ୍କ କାର୍ଯ୍ୟଳୟ ସ୍ଥିତ ସଦଭାବନା ସଭାଗୃହଠାରେ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ (ଓ.ପ୍ର.ସେ) ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ-ଜିଲ୍ଲାପାଳ ଭବାନୀପାଟଣା, ଉପ-ନିର୍ଦ୍ଦେଶକ ଯୋଜନା ଓ ତଦାରଖ ୟୁନିଟ କଳାହାଣ୍ଡି, ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ରଥଯାତ୍ରା ଭଜନ ସମାରୋହ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରଯାଇଥିଲା । ଏହି ବର୍ଷ ଭଜନ ସମାରୋହ ସମୂହ ୦୯ ଦିନ ଧରି ସନ୍ଧ୍ୟା ୬ଟା ରୁ ୯ଟା ପର୍ଯ୍ୟନ୍ତ କରିବାକୁ ସ୍ଥିର କରଯାଇଅଛି ଏବଂ ସାଂସ୍କୃତିକ ଦଳମାନଙ୍କର ପରିବେଷଣ ଲଟେରୀ ଦ୍ବାରା ସ୍ଥିରକୃତ କରଯାଇଥିଲା । ମାଉସୀ ମାଁ ମନ୍ଦିର ପରିସର ଓ ଭଜନ ପରିସରର ସ୍ଵଚ୍ଛତା ର ଦାଇତ୍ବ ନିର୍ବାହୀ ଅଧିକାରୀ ପୌରପାଳିକା ଭବାନୀପାଟଣା ବହନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ତା ସହିତ କଳାକାରଙ୍କ ଯାତାୟାତ ସୁବିଧା ଓ ଆଇନ ଶୃଙ୍ଖଳା ରକ୍ଷା କରିବାର ଭାର ଆରକ୍ଷୀ ଅଧିକାରୀ କଳାହାଣ୍ଡିଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପରିଶେଷରେ ଉପ-ଜିଲ୍ଲାପାଳ, ଭବାନୀପାଟଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ହାତୀ ପାଦତଳେ ମହିଳା ମୃତ୍ୟୁ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣ ଦୁଇମୃତ,ଏକ ଆହତ 

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ସୁବର୍ଣ୍ଣରେଖା ଓ ଫକିରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ “ଫକିରମୋହନ ତିରୋଧାନ ଦିବସ” ପାଳନ

masiha

Leave a Comment

error: Content is protected !!