ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସିପିଆଇ ପକ୍ଷରୁ ୨୦୨୬ ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ସେପ୍ଟେମ୍ବର ୧ ତାରିଖରେ “ଦିଲ୍ଲୀ ଚାଲ” ପରିବର୍ତ୍ତନ ଜରୁରୀ ମହାସମାବେଶ”

ସିପିଆଇ ପକ୍ଷରୁ ୨୦୨୬ ଅଗଷ୍ଟ ୬ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା

ସେପ୍ଟେମ୍ବର ୧ ତାରିଖରେ “ଦିଲ୍ଲୀ ଚାଲ” ପରିବର୍ତ୍ତନ ଜରୁରୀ ମହାସମାବେଶ”

ରାଉରକେଲା ୧୧/୭, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ସୁନ୍ଦରଗଡ ଜିଲ୍ଲା କମିଟି ପକ୍ଷରୁ ଆଜି ମଧୁସୂଦନ ମାର୍ଗ ହରିବନ୍ଧୁ ଭବନ ସିପିଆଇ କାର୍ଯ୍ଯାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ବୈଠକ ଜୁଲାଇ ୫ ତାରିଖରେ ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ବକ୍ତବ୍ୟ ଉପସ୍ଥାପନ କରି ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ, ନାରୀ ନିର୍ଯାତନା, ରାହାଜାନୀ ଚରମ ସୀମାରେ ପହଞ୍ଚିବା ସହିତ ଭିଡ଼ ହତ୍ୟା, ସାମ୍ପ୍ରଦାୟିକ ପାଠ୍ୟପୁସ୍ତକ ପ୍ରକାଶନରେ ଅକ୍ଷମଣୀୟ ତୃଟି, ନିଟ ପ୍ରଶ୍ନ ପତ୍ର ବିଭ୍ରାଟ, ମନ୍ତ୍ରୀମାନଙ୍କ ଦୁର୍ନୀତି, ପିସି କାରବାର, ଦଳିତ, ଆଦିବାସୀଙ୍କୁ ଆକ୍ରମଣ, ଜଙ୍ଗଲ ଜମି ପଟ୍ଟା ବଣ୍ଟନ ପରିବର୍ତ୍ତେ ବଳପୂର୍ବକ ବିସ୍ଥାପନ, ବେକାରୀ ସମସ୍ୟା ସମାଧାନରେ ବିଫଳତା, ଦାର୍ଦ୍ଧକ୍ୟ ଭତ୍ତା ଓ ସାମାଜିକ ସୁରକ୍ଷା ଯୋଜନା ପ୍ରଦାନରେ ବିଳମ୍ବ, ଧାନ ମଣ୍ଡିରୁ ଧାନ କିଣିବା ସହ ଚାଷୀକୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳତା, ବସ୍ତି ବାସିନ୍ଦା ଓ ଉଠାଦୋକାନୀକୁ ବେଆଇନ ଉଚ୍ଛେଦ କରିବା ଏ ସରକାରଙ୍କର ନିତିଦିନିଆ ଘଟଣାରେ ପରିଣତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

     ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଦୁଇ ବର୍ଷ ମଧ୍ୟରେ ଡବଲ ଧୋକାର ସରକାରରେ ପରିଣତ ହୋଇଛି ବୋଲି ସିପିଆଇ ପକ୍ଷରୁ ଆରୋପ କରାଯାଇଛି। ଏଥିରେ ଗଭୀର କ୍ଷୋଭ ପ୍ରକାଶ ସହ ରାଜ୍ୟର ଅର୍ଥନୈତିକ ପରିସ୍ଥିତି ସହ ପାର୍ଟିର ସାଂଗଠନିକ କାର୍ଯ୍ୟାବଳୀ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ରର ବିଜେପି-ଏନଡିଏ ସରକାରଙ୍କ ଜନବିରୋଧୀ ନୀତି, ଦରବୃଦ୍ଧି, ବେକାରୀ, ଶ୍ରମିକ ବିରୋଧ ଶ୍ରମ କୋଡ଼, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ଅବ୍ୟବସ୍ଥା ଏବଂ ସାମ୍ପ୍ରଦାୟିକ ବିଭାଜନ ସମ୍ବିଧାନକୁ ନଷ୍ଟ କରିବା ପାଇଁ କ୍ଷମତାର ଅପବ୍ୟବହାର, ଭାରତର ବିଦେଶ ନୀତିରୁ ବିଚ୍ୟୁତି ଭଳି ରାଜନୀତିକୁ ସିପିଆଇ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। ସିପିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ସିପିଆଇ ଜାତୀୟ ପରିଷଦର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୬ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସାରା ଦେଶରେ ଜନ ସମସ୍ୟାକୁ ନେଇ ଗ୍ରାମ ଗ୍ରାମରେ, ଘରକୁ ଘର ଜନସମ୍ପର୍କ ପଦଯାତ୍ରା ସଂଗଠିତ ହେବ ଏବଂ ୧ ସେପ୍ଟେମ୍ବରରେ ଦିଲ୍ଲୀଠାରେ ଦେଶର ସାମ୍ପ୍ରତିକ ବ୍ୟବସ୍ଥା ପରିବର୍ତ୍ତନ ଦାବିରେ “ପରିବର୍ତ୍ତନ ଜରୁରୀ” ମହାସମାବେଶ ଅନୁଷ୍ଠିତ ହେବ। 

      ଏଥିରେ ବକ୍ତବ୍ୟ ରଖ୍ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଅଶୋକ କୁମାର ଦାଶ, ଜିଲ୍ଲା ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଦରଦାମବୃଦ୍ଧି ରୋକିବା, ସମସ୍ତଙ୍କୁ ରୋଜଗାର, ବୈଜ୍ଞାନିକ ଶିକ୍ଷା ଓ ସ୍ବାସ୍ଥ୍ୟସେବା, ଏମଏସପିର ଆଇନଗତ ଗ୍ୟାରେଣ୍ଟି, ଶ୍ରମ କୋଡ଼ ରଦ୍ଦ, ଆଇନଜୀବୀଙ୍କ ପାଇଁ ସାମାଜିକ ସୁରକ୍ଷା ଓ ଆଇନଜୀବୀ ସୁରକ୍ଷା ପାଇଁ ଆଇନ୍ ପ୍ରଣୟନ କରିବା, ବାଲଟ ପେପରରେ ନିର୍ବାଚନ ଓ ଗଣତନ୍ତ୍ରର ସୁରକ୍ଷା, ରାଜ୍ୟରେ ଆଇଶୃଙ୍ଖଳା ବିପର୍ଯ୍ୟସ୍ତ, ସୁନ୍ଦରଗଡ ଜିଲ୍ଲାରେ ଖଣି-ଖାଦାନ ଲୁଟ୍ ବିରୁଦ୍ଧରେ ରାଉରକେଲା ଇସ୍ପାତ କାରଖାନାରେ ଖାଲି ପଦବୀ ପୂରଣ, ଖଣି, ଖାଦାନ ଓ କାରଖାନା ପାଇଁ ଜମି ହରାଇଥିବା ଲୋକଙ୍କୁ ଉପଯୁକ୍ତ କ୍ଷତି ପୂରଣ ଓ ଥଇଥାନ, ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ସମେତ ବିଭିନ୍ନ ଦାବି ନେଇ ସୁନ୍ଦରଗଡ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପଲ୍ଲୀରୁ ଜନ ଜାଗରଣ କରାଯିବ ବୋଲି କହିଥିଲେ । ଦେଶର ବ୍ୟବସ୍ଥା ପରିବର୍ତ୍ତନ ଜରୁରୀ ଓ ଏଥିପାଇଁ ୧ ସେପ୍ଟେମ୍ବର ‘ଦିଲ୍ଲୀ ଚାଲ’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ୫ ହଜାର କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

     ଏହି ସାମ୍ବାଦିକ ସମ୍ମିଳନୀରେ ଜନଜାଗରଣ ପଦଯାତ୍ରା ଓ ଦିଲ୍ଲୀ ଚାଲ ପରିବର୍ତ୍ତନ ଜରୁରୀ ମହାସମାବେଶର ପୋଷ୍ଟର ଲୋକାର୍ପଣ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । 

     ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, ରାଜ୍ୟ ସଭାପତି ଅଶୋକ ଦାସ, ଏଆଇଟିୟୁସି ରାଜ୍ୟ କାର୍ଯକାରୀ ସଭାପତି ମହେଶ୍ବର ରାଉତ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦ୍ଯୁଷ ମହାନ୍ତି, ସିପିଆଇ ଜୋନାଲ ସମ୍ପାଦକ ସଦାନନ୍ଦ ସାହୁଙ୍କ ସମେତ ରାଜେନ୍ଦ୍ର ନାଏକ, ସନ୍ତୋଷ ଆଚାର୍ଯ୍ୟ, ଅନୁପମ ଦତ୍ତ, ମାତିଲ୍ଡ଼ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

masiha

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!