ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ାରେ ଅଣପଞ୍ଜୀକୃତ ଯୁବ ଭୋଟରଙ୍କ ପାଇଁ ସଚେତନତା କର୍ମଶାଳା: ଶତପ୍ରତିଶତ ଭୋଟର ପଞ୍ଜୀକରଣ ଉପରେ ଗୁରୁତ୍ୱ

ରାୟଗଡ଼ାରେ ଅଣପଞ୍ଜୀକୃତ ଯୁବ ଭୋଟରଙ୍କ ପାଇଁ ସଚେତନତା କର୍ମଶାଳା: ଶତପ୍ରତିଶତ ଭୋଟର ପଞ୍ଜୀକରଣ ଉପରେ ଗୁରୁତ୍ୱ

ରାୟଗଡ଼ା, ଜୁଲାଇ ୧୨: ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଣପଞ୍ଜୀକୃତ ଯୁବ ଭୋଟରମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ଭୋଟର ତାଲିକାରେ ସାମିଲ ହେବା ଏବଂ ନିଜ ଗଣତାନ୍ତ୍ରିକ ଅଧିକାର ସମ୍ପର୍କରେ ସଚେତନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ, ନିର୍ବାଚନ ଶାଖାର ଶ୍ରୀ ପ୍ରଫୁଲ୍ଲ ବେହେରା, ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସରସ୍ୱତୀ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ।

ସହକାରୀ ଜିଲ୍ଲାପାଳ ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ, କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ସାମିଲ ହେବ ନାହିଁ, ସେଥିପାଇଁ ସମସ୍ତଙ୍କୁ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ।

ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଶତପ୍ରତିଶତ ଯୋଗ୍ୟ ଯୁବ ଭୋଟରଙ୍କ ପଞ୍ଜୀକରଣ ଅତ୍ୟନ୍ତ ଆବଶ୍ୟକ। ସେ ସମସ୍ତ ଯୋଗ୍ୟ ଯୁବକ-ଯୁବତୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ଶ୍ରୀ ପ୍ରଫୁଲ୍ଲ ବେହେରା ଫର୍ମ-୬, ଫର୍ମ-୭ ଓ ଫର୍ମ-୮ର ବ୍ୟବହାର, ନୂତନ ଭୋଟର ପଞ୍ଜୀକରଣ, ନାମ ବିଲୋପ ଏବଂ ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସେ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କିପରି ସହଜରେ ଭୋଟର ପଞ୍ଜୀକରଣ କରାଯାଇପାରିବ, ସେଥିପାଇଁ ମଧ୍ୟ ସୂଚନା ପ୍ରଦାନ କରିଥିଲେ।

କର୍ମଶାଳାରେ ଚାରିଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ସୁପରଭାଇଜର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ନୂତନ ଭୋଟରମାନଙ୍କୁ ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିଶ୍ଚିତ ଭାବେ ଭୋଟ ଦେବା ଏବଂ ଅନ୍ୟମାନଙ୍କୁ ଭୋଟଦାନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରାଯାଇଥିଲା।

ଏହି ସଚେତନତା କର୍ମଶାଳା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ଗଣତାନ୍ତ୍ରିକ ଦାୟିତ୍ୱ ପ୍ରତି ସଚେତନତା ବୃଦ୍ଧି ପାଇଥିବା ମତ ପ୍ରକାଶ ପାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ବନ୍ଧୁଗାଁ ବ୍ଲକର ବହୁ ଦିନର ସ୍ବପ୍ନ ସଫଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡଡେ ହୋଇ +2 ବିଜ୍ଞାନ ପାଠ ପଢା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ  

Sunil Chandra Nayak

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

masiha

Leave a Comment

error: Content is protected !!