ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିପଦର ଗ୍ରାମରେ ଭାଲୁ ଆତଙ୍କ 

ବୋରିପଦର ଗ୍ରାମରେ ଭାଲୁ ଆତଙ୍କ 

ନବରଙ୍ଗପୁର:(୧୨|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ବୋରିପଦର ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ରାତ୍ର ସମୟରେ ଏକ ଭାଲୁ ବୋରିପଦର ଗ୍ରାମ କିଛି ବାଟରେ ବୁଲୁଥିବା ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ସେ ଗ୍ରାମ ପାଖରେ ରହିଥିବାରୁ ଡାବୁଗାଁ ବନ ବିଭାଗ କୁ ଖବର ଦିଆଯାଇଥିଲା । ଡାବୁଗାଁ ବନ ବିଭାଗର ବନପାଳ ପ୍ରଫୁଲ୍ଲ ମାଝୀ ଓ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଭାଲୁକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ପରେ ଭାଲୁଟି ପାଖରେ ଥିବା ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା । ଏନେଇ ବୋରିପଦର ଗ୍ରାମରେ ଆତଙ୍କ ଖେଳିଯାଇଛି । ଭାଲୁଟି ଖାଦ୍ୟ ଅନ୍ୱେଷଣରେ ସେଠାକୁ ଆସିଥିବା ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମ ଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି । ଯଦି ଭାଲୁକୁ ଦେଖନ୍ତି ସଙ୍ଗେ ସଙ୍ଗେ ବନ ବିଭାଗକୁ ଖବର ଦେବାପାଇଁ ବନାଞ୍ଚଳ ଅଧିକାରୀ ଶ୍ରୀ ଭତ୍ରl ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ଦୁଇ ଦ୍ବିଦିବସୀୟ ଏମଏସଏମଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

masiha

ଜିଲ୍ଲାପାଳଙ୍କ ମେଡିକାଲ କାମ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!