ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

କବି କୁଞ୍ଜବିହାରୀ ରାଉତଙ୍କୁ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ …..

ରାଉରକେଲା/ ଅନୁଗୁଳ ର ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ କଟକ ସ୍ଥିତ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗାୟତ୍ରୀ ସିଂ ଙ୍କ ସଭପତିତ୍ବ ଓ ସାଧାରଣ ସଂପାଦକ ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ମହିମା ଗାଦି ଯୋରନ୍ଦା ଓ ନୟାଗଡର ବିଭିନ୍ନ ଆଶ୍ରମରୁ ବହୁ ସନ୍ଥ ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ସଂସ୍କୃତି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା, ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ବ୍ୟଙ୍ଗକବି ଜ୍ଞାନ ହୋତା, ବ୍ରହ୍ମଚାରୀ ମାନସ ଚୈତନ୍ୟ ମହାରାଜ, ଗୋପୀନାଥ ପଟ୍ଟନାୟକ, ମାନସ ରଞ୍ଜନ ସାହୁ, ଗବେଷକ ଏକାଦଶୀ ପ୍ରଧାନ,ଡଃ ଉମେଶ ଚନ୍ଦ୍ର ଜେନା, ସାହିତ୍ୟିକ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଭାସ୍କର ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ବିଜୟାନନ୍ଦ ସିଂହ, ଅଧ୍ୟାପିକା ପ୍ରତିଭା ମହାରଥୀ, ପ୍ରଫେସର ଡକ୍ଟର ପ୍ରଭାତ କୁମାର ଥାଟୋଇ, ପ୍ରଫେସର ଡକ୍ଟର ନିରଞ୍ଜନ ତ୍ରିପାଠୀ, ଭରତ ଚନ୍ଦ୍ର ମିଶ୍ର, ଜ୍ଞାନ ରଞ୍ଜନ ସାମନ୍ତରାୟ, ବିରେନ୍ଦ୍ର କୁମାର ଜେନା , ନୃସିଂହl ନନ୍ଦ ମହାପାତ୍ର, ବିଜୟ କୁମାର ଦାସ, ବିପିନ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଡଃ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ” ବୈଦିକ ସନାତନ ଧର୍ମର ମୁନି ଋଷିଗଣ” ପୁସ୍ତକ କୁ ଅତିଥି ମାନେ ଲୋକାର୍ପିତ କରିଥିଲେ। ସମ୍ପାଦକ ଶ୍ରୀ ସାମନ୍ତରାୟ ଏହାକୁ ଐତିହlସିକ ସମ୍ମିଳନୀ ଭାବେ ଘୋଷଣା କରିଥିଲା ବେଳେ ସଭାପତି ଶ୍ରୀମତୀ ସିଂହ ଏହା ରାଜ୍ୟରେ ପ୍ରଥମ ବୋଲି କହିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ବ୍ରହ୍ମ ଅବଦୁଲ ବାବା ସୁବ୍ରତ ଦାସ,ସାଧୁ ପରୀକ୍ଷିତ ଦାସ,ସାଧୁ ସଚ୍ଚିଦାନନ୍ଦ ଦାସ,ସାଧୁ ଗଦାଧର ଦାସ, ସାଧୁ କ୍ଷମାନନ୍ଦ ଦାସ,ସାଧୁ ଭରତ ବାବା, ସାଧୁ ନାରାୟଣ ଦାସ,ସାଧୁ ହରମୋହନ ଦାସ,ସାଧୁ ଶ୍ରୀଚରଣ ଦାସ ପ୍ରମୁଖ ଯୋଗଦେଇ ମହିମା ଧର୍ମର ମାହାତ୍ମ୍ଯ, ଅତିଥି ଦେବ ଭବଃ, ମହିମା ଧର୍ମ କିପରି ମାନବବାଦ ଧର୍ମ ଓ ସନ୍ଥକବି ଭୀମଭୋଇ କିପରି ଆଦିମାତା ତଥା ସଂସାରକୁ ପୁରୁଷ ରୂପରେ ଆସି ଲୀଳାଖେଳା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଶାସକ ବିଷ୍ଣୁପଦ ସେଠୀ, ଶ୍ୟାମାମଣୀ ଦେବୀ,ପୂର୍ଣ୍ଣମାସୀ ଜାନି ପ୍ରମୁଖଙ୍କୁ ସନ୍ଥ ଭୀମପ୍ରଭା ସମ୍ମାନ, ପ୍ରଫେସର ସତ୍ୟନାରାୟଣ ମିଶ୍ର ଙ୍କୁ ଶିକ୍ଷା ସମ୍ମାନ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ, ସସ୍ମିତା ପ୍ରଧାନ,ରଙ୍କନିଧୀ ସେଠୀ,ଉପେନ୍ଦ୍ର ବସ୍ତିଆ,କନକଲତା ମିଶ୍ରଙ୍କୁ ସାହିତ୍ୟ ଜ୍ୟୋତି ସମ୍ମାନ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବି,ସାମ୍ବାଦିକ, ସାହିତ୍ୟିକ,ସମାଜସେବୀ,ଶିକ୍ଷାବିତ୍ ଓ ସଂଗଠନ ଗୁଡିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବେଦମନ୍ତ୍ର ଆଦିତ୍ଯ ଦାସ ଓ ସୁଧାଂଶୁ କୁମାର ତ୍ରିପାଠୀ ପାଠ କରିଥିବା ବେଳେ ରାଇରଂଜନ ନନ୍ଦ, ହେମନ୍ତ ଜେନା, ରଂଜନ କୁମାର ମହାନ୍ତି, ଶିବାନନ୍ଦ ବାରିକ ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଡଃ ନୀଳାଚଳ ନାୟକ,ଯୋଗେଶ୍ବର ଲୁହା,ସାଧୁ ବୃନ୍ଦାବନ ଦାସ,ରୀତା ଅପରାଜିତା ମହାନ୍ତି, ମିତା ପ୍ରଧାନ, ଭରତଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ତମାଖୁ ମୁକ୍ତ ଅଭିଯାନ

masiha

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

Sunil Chandra Nayak

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

Leave a Comment

error: Content is protected !!