ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

ଭଞ୍ଜନଗର,୨୦/୭ ଅଲୋଡ଼ା ହେଲା ନବଜାତ ଶିଶୁ ପୁତ୍ର। ଲୋକେ ସନ୍ତାନ ଟିଏ ପାଇବା ପାଇଁ ମାନସିକ କେତେ କଣ ଉପାୟ କରୁଥିଲେ ମଧ୍ୟ ସନ୍ତାନ ପ୍ରାପ୍ତି ଖୁସିରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶିଶୁ ପୁତ୍ରକୁ ନିର୍ଦ୍ଦୟ ଭାବେ ବୁଦା ମୂଳେ ଅନାଥ ଭଳି ଫୋପାଡ଼ି ଚାଲିଯିବା ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ମୁଜାଗଡ ଗ୍ରାମରେ। ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ କିଛି ଦୂରରୁ ଶିଶୁ ଟିକୁ ଉଦ୍ଧାର କରି ପ୍ରଥମେ ମୁଜାଗଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଏସଏନସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ରାଇସର ଗୌଡ଼ ମୁଜାଗଡା ମୁଖ୍ୟ ରାସ୍ତା କଡ଼ ଜମିରେ ଗାଈ ଚରାଉଥିଲେ ଏହି ସମୟରେ ଏକ ଶିଶୁର କାନ୍ଦ ଶବ୍ଦ ଶୁଣିଥିଲେ। ପେଟ୍ରୋଲ ପମ୍ପ ନିକଟ ଏକ ବୁଦା ଶିଶୁ ଟିଏ ପଡ଼ିଥିବା ଦେଖି ନିକଟରେ ଧାନ ରୁଆ କାମ କରୁଥିବା ସେହି ଗ୍ରାମର ଲକ୍ଷ୍ମୀ ସେଠୀକୁ ଡାକିଥିଲେ। ଏହାପରେ ଲକ୍ଷ୍ମୀ ସେଠାରେ ପହଞ୍ଚିବା ପରେ ଉକ୍ତ ଶିଶୁ ଉପରେ ଏକ ଚୁନି ପଡ଼ିଥିବା ବେଳେ କାନ୍ଦୁଥିବା ଦେଖି ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ନିକଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇଁ ପୁଲିସ ମଧ୍ୟ ସେଠାରେ ପହଞ୍ଚି ଥିବା ବେଳେ ସେଠାରୁ ଆଶା କର୍ମୀ ଶାରଳା ନାୟକଙ୍କ ସହାୟତାରେ ଉକ୍ତ ଶିଶୁକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଏସଏନସିୟୁ ରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଶିଶୁଟିର ଓଜନ ୧କେଜି ୭୦୦ ଗ୍ରାମ୍ ରହିଥିବା ବେଳେ ବର୍ତ୍ତମାନ ସୁସ୍ଥ ରହିଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅବୈଧ ସନ୍ତାନ ଜନ୍ମ ପରେ ଲୋକ ଲଜ୍ଜ୍ୟାରୁ ରକ୍ଷା ପାଇବା ପାଇଁ କେହି ଏଭଳି ଅବସ୍ଥାରେ ଶିଶୁକୁ ଛାଡି ଦେଇଥିବା ଆଲୋଚନା ହେଉଥିବା ବେଳେ କିଭଳି ଶିଶୁ ପୁତ୍ର ଏଠାକୁ ଆସିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Related posts

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ  , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ 

Sunil Chandra Nayak

Leave a Comment

error: Content is protected !!