ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରୀ ଫାଉଣ୍ଡେସନ ଅଧକ୍ଷ ଙ୍କୁ ପ୍ରକୃତି ମିତ୍ର ପୁରସ୍କାର 

ଟ୍ରୀ ଫାଉଣ୍ଡେସନ ଅଧକ୍ଷ ଙ୍କୁ ପ୍ରକୃତି ମିତ୍ର ପୁରସ୍କାର 

ବ୍ରହ୍ମପୁର,୨୩/୦୭ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ବନ ସରଂକ୍ଷକ କାର୍ଯ୍ୟାଳୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଶେରଗଡ଼ର ଟ୍ରି ଫାଉଣ୍ଡେସନ କୁ “ପ୍ରକୃତି ମିତ୍ର ପୁରସ୍କାର” ପ୍ରଦାନ କରାଯାଇଛି।ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜୈବ ବିବିଧତା ସଂରକ୍ଷଣ ଏବଂ ଜନସଚେତନତା କ୍ଷେତ୍ରରେ ଟ୍ରି ଫାଉଣ୍ଡେସନର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହି ସମ୍ମାନ ଟ୍ରି ଫାଉଣ୍ଡେସନର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ପରିବେଶପ୍ରେମୀଙ୍କ ନିଷ୍ଠା ଓ ପରିଶ୍ରମର ଫଳ । ଆଗାମୀ ଦିନରେ ମଧ୍ୟ ପରିବେଶ ସୁରକ୍ଷା ଓ ସବୁଜ ଓଡ଼ିଶା ଗଠନ ଦିଗରେ ଟ୍ରି ଫାଉଣ୍ଡେସନ ନିଜର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବ ।

“ତମାଖୁ ଛାଡ଼ନ୍ତୁ, ଗଛ ଲଗାନ୍ତୁ” ସ୍ଲୋଗାନକୁ ନେଇ ଟ୍ରି ଫାଉଣ୍ଡେସନ ଦୀର୍ଘ ଦିନ ଧରି ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଆସୁଛି।

ଏହି ପରିପ୍ରେକ୍ଷୀରେ ସମସ୍ତ ସହଯୋଗୀ ଓ ବୁଦ୍ଧଜୀବିଙ୍କ ପ୍ରେରଣା ପ୍ରଦାନ ନିମିତ୍ତ ଫାଉଣ୍ଡେସନ ର ସମ୍ପାଦକ ନିରାକାର ବିଷୋୟୀ କୃତଜ୍ଞ ଜ୍ଞାପନ କରିଛନ୍ତି।

Related posts

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

ରାଇରଙ୍ଗପୁରରେ ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

masiha

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!