ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଙ୍ଗି ପିତ୍ତଳରେ ତିଆରି ଶଙ୍ଖକୁ ସୁନା ଶଙ୍ଖ ବୋଲି ଠକି ବିକ୍ରି କରି ଧରାପଡିଲେ ଦୁଇ ଆସାମୀ ଜେଲ ଗଲେ 

ବେଙ୍ଗି ପିତ୍ତଳରେ ତିଆରି ଶଙ୍ଖକୁ ସୁନା ଶଙ୍ଖ ବୋଲି ଠକି ବିକ୍ରି କରି ଧରାପଡିଲେ ଦୁଇ ଆସାମୀ ଜେଲ ଗଲେ 

ନବରଙ୍ଗପୁର:(୨୫|୭)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ବେଙ୍ଗି ପିତ୍ତଳରେ ତିଆରି ଶଙ୍ଖକୁ ସୁନା ଶଙ୍ଖ ବୋଲି କହି ବିକ୍ରି କରି ଧରାପଡି ଜେଲ ଗଲେ ଦୁଇ ଆସାମୀ lଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ରାକେଶ ମଣ୍ଡଳ ଓ ମାଝୀଗୁଡ଼ା ଗ୍ରାମର ଦୁସମୁ ହରିଜନ ମିସ୍ତ୍ରୀ ଭାବେ ୭,୮ ବର୍ଷ ତଳେ ଭୁବନେଶ୍ବର ର ରସୁଲଗଡ ପାଖରେ କନଷ୍ଟ୍ରକସନ କାମ କରୁଥିଲେ l ତାଙ୍କ ସହିତ ଯାଜପୁର ଜିଲ୍ଲା ଇନ୍ଦ୍ରାଇ ଗ୍ରାମର ସୁବୋଧ ପାରାମାଣିକ (୪୪)ସେଠାରେ ସୁପରଭାଇଜର ଭାବେ କାମ କରୁଥିଲେ l ସେଠାରେ ଥିବା ସମୟରେ ଦୁସମୁ ସୁପରଭାଇଜର ଭାବେ କାମ କରୁଥିବା ସୁବୋଧ ଙ୍କ ଫୋନ ନମ୍ବର ଆଣିଥିଲା l ଗତ ତା ୧୦|୭ ଦିନ ଦୁସମୁ ତା ମୋବାଇଲ ନମ୍ବର ୯୬୬୮୬୦୪୧୬୪ ଯୋଗେ ସୁବୋଧ କୁ ଫୋନ କରିଥିଲା ମୋ ସାଙ୍ଗ ଚାଷ ଜମିରେ ଗୋଟିଏ ସୁନା ଶଙ୍ଖ ପାଇଛି,ତେଣୁ ତା ୧୧|୭ ଦିନ ସୁବୋଧ ବସ ଯୋଗେ ଡାବୁଗାଁ ଆସିଥିଲା l ତା ୧୨|୭ ଦିନ ଡାବୁଗାଁ ଥାନା ପାଖ ସରାଗୁଡା ଛକ ପାଖ ଜଙ୍ଗଲରେ କଥା ହୋଇଥିଲେ l ଗତ ତା ୧୩|୭ ଦିନ ସୁବୋଧ ର ଭାଇ ୬ ଲକ୍ଷ ଟଙ୍କା ଧରି ଏକ ଗାଡି ଭଡା କରି ତା ୧୪|୭ ରିଖ ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ରେ ଡାବୁଗାଁ ବସ ଷ୍ଟାଣ୍ଡରେ ପହଁଞ୍ଚି ଦୁସମୁକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ଦୁସମୁ ଏକ ମୋଟର ସାଇକେଲ ଧରି ତାଙ୍କ ପାଖେ ପହଞ୍ଚିଥିଲା l୬ ଲକ୍ଷ ଟଙ୍କା ସହ ସୁବୋଧ ଓ ତା ଭାଇ ପ୍ରଫୁଲ୍ଲ ପାରାମାଣିକ ସରାଗୁଡାରେ ଥିବା ଜଙ୍ଗଲ ପାଖକୁ ଯାଇଥିଲେ l ସେ ସ୍ଥାନରେ ପହଁଞ୍ଚିବା ବେଳକୁ ଦୁଇ ଜଣ ଆଗରୁ ସେଠାରେ ଉପସ୍ଥିତ ଥିଲେ, ଦୁଇ ଭାଇ ଙ୍କୁ ସେଠାରେ ଭୟ ଲାଗିବାରୁ ସାନ ଭାଇ କୁ ଭିଡିଓ କରିବାକୁ କହିଥିଲି l ଟଙ୍କା ଦେବା ସମୟରେ ଭିଡିଓ ରେକର୍ଡ କରିଥିଲୁ l ଦୁଇଟି ଗାଡି ଲାଲ ରଙ୍ଗର ହିରୋ ଏଚ୍ ଏଫ୍ ଡିଲକ୍ସର ନମ୍ବର ଓଡି ୧୦ ଜେ ୦୦୩୭ ର ଫଟୋ ଏବଂ ୩ ଜଣଙ୍କର ଫଟୋ ଉଠେଇଥିଲୁ l ଟଙ୍କା ଦେଇ ଅସଲି ସୁନା ଶଙ୍ଖ ଭାବି ସେହିଦିନ ଆମ ଗ୍ରାମକୁ ଫେରିଥିଲୁ ।ଗତ ତା ୧୮|୭ ରିଖ ଯାଜପୁର ଜିଲ୍ଲାର ହରିପୁର ଟାଉନରେ ସେ ନେଇଥିବା ସୁନା ଶଙ୍ଖକୁ ଧରି ଏକ ବଣିଆ ଦୋକାନ ପାଖକୁ ଯାଇ ସୁନା ଶଙ୍ଖକୁ ପରୀକ୍ଷା କରିବା ପରେ ଜାଣିଲେ ଯେ ସୁନା ଶଙ୍ଖଟି ବେଙ୍ଗି ପିତ୍ତଳ ଶଙ୍ଖ l ମୋଟର ସାଇକେଲ ନମ୍ବର ଦ୍ଵାରା ଠିକଣା ଜଣା ପଡ଼ିଥିଲା, ତିନି ଜଣଙ୍କ ଫଟୋ ଓ ଭିଡିଓ ଥିବାରୁ ସେମାନଙ୍କ ନାମରେ ଥାନାରେ ତା ୨୪|୭ ରିଖରେ ସୁବୋଧ ଏତଲା ଦେଇଥିଲେ l ଏତଲାକୁ ଭିତ୍ତି କରି ସୁଦକ୍ଷା ଥାନା ଅଧିକାରୀ ଶ୍ରୀମତୀ ଲଚିମ ପରଜା ,ସହ ନିରୀକ୍ଷକ ମହେଶ୍ଵର ବୁଡୁବାଡେ ଙ୍କ ସହ ପୋଲିସ କର୍ମଚାରୀ ଯାଇ ରାକେଶ ଓ ଦୁସମୁକୁ ଆସନ୍ତା କାଲି ରାତ୍ରରେ ଗିରଫ କରି ଆଜି ଜେଲକୁ ପଠାଇ ଦିଆଯାଇଛି lପ୍ରକାଶ ଥାଉକି ଆସାମୀ ଦୁଇ ଜଣଙ୍କ ଠାରୁ ଦୁଇ ଲକ୍ଷ ୧୧ ହଜାରଟଙ୍କା ଓ ଦୁଇଟି ମୋବାଇଲ ଜବତ ହୋଇଛି l

Related posts

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

ସ୍ବାମୀ ଓ ଦିତୀୟ ପତ୍ନୀ ମିଶି ପ୍ରଥମ ପତ୍ନୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ 

Sunil Chandra Nayak

Leave a Comment

error: Content is protected !!