ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଡଟାଉନ ର ୪୮ ତମ ଓ ଇନର ହୁଇଲ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ 

ମିଡଟାଉନ ର ୪୮ ତମ ଓ ଇନର ହୁଇଲ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ମିଡଟାଉନ ର ୪୮ ତମ ଓ ଏହାର ମହିଳା ମାନଙ୍କୁ ନେଇ ଗଠିତ ହେଇଥିବା ମିଡଟାଉନ ର ୩୭ ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବିଦାୟୀ ସଭାପତି ରୋଟାରିଆନ ଡା ସୁବୋଧ ମେହେର ଓ ରୋଟାରିଆନ ବବିତା ଶୁକ୍ଳା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଭାନୁ ପ୍ରତାପ ସିଂହ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସେବା, ସଂସ୍ଥା ଓ ସମର୍ପଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସଭାପତି ଡା ମେହେର ସ୍ବାଗତ ଭାଷଣ ଓ ସମ୍ପାଦକ ରୋଟାରିଆନ ଏସ କେ ଶୁକ୍ଳା ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିପରି ମୁଖ୍ୟଅତିଥି ଶ୍ରୀ ସିଂହ ଙ୍କ ଉପସ୍ଥିତିରେ ନୂତନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ଓ ସମ୍ପାଦକ ଭାବେ ରୋଟାରିଆନ ଅମିତ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ଭାବେ ରୋଟାରିଆନ ଶୁଖପାଲ ସିଂହ ଯୋଗ ଦେଇଥିଲେ। ଏହି ଅବସରରେ ସମାଜସେବୀ କିରଣ ପ୍ରସାଦ ମେହେର ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରିଆନ ସର୍ବଶ୍ରୀ ରାକେଶ ଗୋୟଲ, ସଞ୍ଜୟ ପୁରୋହିତ, ସୁପ୍ରିୟା କୈ।ର,ପ୍ରତିମା ପରମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡଟାଉନ 

ରାଉରକେଲା: ଇନର ହୁଇଲ କ୍ଲବ୍ ଅଫ୍ ରାଉରକେଲା ମିଡଟାଉନ ର ୩୭ ତମ ପ୍ରତିଷ୍ଠା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ପିପି ସମ୍ପାଦିକା ରୋଟାରିଆନ ସୈ।ଦାମିନୀ ସିଂହ ଓ ସଭାପତି ରୋଟାରିଆନ କିରଣ ବାଳା ଦାସଙ୍କ ଆବାହକତ୍ୱ ଓ ରୋଟାରିଆନ ରୀତା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଭାନୁ ପ୍ରତାପ ସିଂହ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଦାୟୀ ସଭାପତି ବବିତା ଶୁକ୍ଳା ଓ ସମ୍ପାଦିକା ସୁପ୍ରିୟା କୈ।ର ପ୍ରମୁଖ ବିଗତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଏଡ଼ିଟର ମଞ୍ଜୁରାଣୀ ମେହେର, ମିଡଟାଉନ ର ନୂତନ ସଭାପତି ରୋଟାରିଆନ ଅଙ୍କିତ କେଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ସୁଷମା ପ୍ରସାଦ ଙ୍କ ସମେତ ବହୁ ସଦସ୍ୟା ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

masiha

ଧର୍ମପରାୟଣ ପୂର୍ଣଚନ୍ଦ୍ର ଗିରିଙ୍କ ଦେହାନ୍ତରେ ହାଟବାଦଡାରେ ଶୋକରେ ଛାୟା

Sunil Chandra Nayak

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!