ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ର ସାଂସ୍କୃତିକ କାର୍ଯ୍ୟକ୍ରମ 

ରାଉରକେଲା: ଛେଣ୍ଡ ସ୍ଥିତ ଶ୍ରୀଗୁଣ୍ଡିଚା ସାଂସ୍କୃତିକ ସେବା ସମିତି ତରଫରୁ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ପଢିଆରୀ ଓ ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନଅ ଦିନ ଧରି ମହାପ୍ରଭୁଙ୍କ ବିଭନ୍ନ ନୀତିକାନ୍ତି ସହ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ବିତରଣ କରାଯାଇଥିଲା। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଜାତା ସାହୁ ପାଲା ପରିବେଷଣ କରିଥିଲେ। ଅନ୍ୟପକ୍ଷେ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ପ୍ରସାଦ ବିତରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ସମିତି ତରଫରୁ ସର୍ବଶ୍ରୀ କାମେଶ୍ବର ଦତ୍ତ,ରାଧାଶ୍ୟାମ ନାୟକ,ଚୈ।ଧୁରୀ ରମେଶ ଦାସ, ପ୍ରଭାତ ମହାପାତ୍ର, ବ୍ରଜକିଶୋର ପାଣି, ଭବାନୀ କବି, ପ୍ରସନ୍ନ କୁମାର ସାବତ, ରୁଦ୍ରନାରାୟଣ ତ୍ରିପାଠୀ, ସରୋଜ ଦାସ, ସୁରେଶ ପଣ୍ଡା, ରବିନ୍ଦ୍ର ମହାନ୍ତି, ଆଶିଷ ଦାସ, ରାଜୀବ ପ୍ରତିହାରୀ,ହାପି ମୋମେଣ୍ଟସ ତରଫରୁ ଇପ୍ସିତା ଦାସ, ରାଜେନ୍ଦ୍ର ପଣ୍ଡା, ରଶ୍ମିତା ଓ ଅନ୍ବେଷା ପଣ୍ଡା, ଚାରୁଲତା ସାମଲ, ଗଜେନ୍ଦ୍ର ମେହେର,ପ୍ରଦୀପ ବିଶୋୟୀ , କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଶେଷଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାପ କାମୁଡ଼ାରେ ବୋରଗୁଡ଼ାରପଞ୍ଚାନନଙ୍କ ମୃତ୍ୟୁ

Sunil Chandra Nayak

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

masiha

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ରେ +୩ ନାମଲେଖା ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!