ଆମେରିକାରେ ଓଡିଆ କବି ,ଲେଖକଙ୍କ ‘ଶ୍ରୀଜଗନ୍ନାଥ ରଥଯାତ୍ରା ଉପଲକ୍ଷେ ପ୍ରକାଶିତ ସ୍ମରଣିକା ମହାବାହୁ
ନବରଙ୍ଗପୁର(୨୭|୭)(ରବି ନାରାୟଣ ମହାନ୍ତି)ଚଳିତ ବର୍ଷ ରଥଯାତ୍ରାରେ ଓଡ଼ିଶାର ବିଭିନ୍ନ ସ୍ଥାନର କବି , ଲେଖକଙ୍କ ଲେଖାକୁ ନେ଼ଇ ଆମେରିକାର ଦକ୍ଷିଣ ପୂର୍ବରେ ଥିବା ଫ୍ଲୋରିଡ଼ା ରାଜ୍ୟରେ ଦ୍ୱିତୀୟ ବର୍ଷ ସଂସ୍କରଣ ଦ୍ଵିତୀୟ ସଂଖ୍ୟା, ୨୦୨୬ ନିଳାଦ୍ରିନାଥଙ୍କ ଚରଣାରବିନ୍ଦରେ ସମର୍ପିତ ଶବ୍ଦାର୍ଘ୍ୟ ଏକ ବିଂଶତମ ଟାମ୍ପା ବେ ସହରରେ ଶ୍ରୀ ଜଗନ୍ନାଥ ରଥଯାତ୍ରା ଉପଲକ୍ଷେ ପ୍ରକାଶିତ ସ୍ମରଣିକା “ମହାବାହୁ” ପ୍ରକାଶ ପାଇଛି । ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଜଗନ୍ନାଥ’ ସଂସ୍କୃତି ଉପରେ ସଂଗୃହିତ ତଥ୍ୟ ‘ରହସ୍ୟମୟ ଶ୍ରୀ ଜଗନ୍ନାଥ’ ଓ ଭଜନ ‘କେଉଁ ଦିନ ପ୍ରଭୁ ହୋଇବ ସୁଦିନ ‘ ଏହି ସ୍ମରଣିକାରେ ପ୍ରକାଶିତ ହୋଇଥିବାରୁ ନବରଙ୍ଗପୁର ଜିଲ୍ଲା ତଥା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟେକ ସେ ରଖିଛନ୍ତି । ତାଙ୍କର ଏଇ ସ୍ମରଣିକାରେ ପ୍ରକାଶିତ ଉଭୟ ଲେଖା ହୃଦୟସ୍ପର୍ଶୀ ହୋଇ ଥିବାରୁ ସେ ସମସ୍ତଙ୍କ ମନ ଜିଣିପାରିଛନ୍ତି । ଭାଷା ସଂସ୍କୃତିର ବାହାକ ଆମ ଜଗନ୍ନାଥ ସଂସ୍କୃତିର ମହାନତା ବିଶ୍ଵ ଦରବାରରେ ପହଞ୍ଚାଇବାକୁ ହେଲେ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ହେବ ବୋଲି ଅଧ୍ଯକ୍ଷ ଶ୍ରୀ ନାହାକ କହିଛନ୍ତି । ସେ ଜଣେ ଏକାଧାରରେ କବି , ଲେଖକ, ସୁବକ୍ତା , ଦକ୍ଷ ଅଧିକାରୀ ଓ ସଂସ୍କୃତି ପରାୟଣ ବ୍ୟକ୍ତିତ୍ଵ ରୂପେ ଏ ଅଞ୍ଚଳରେ ସୁପରିଚିତ। ଏହି କବିତା ମାଧ୍ୟମରେ ସେ ଆମର ଜଗନ୍ନାଥଙ୍କ ସଂସ୍କୃତି ବଞ୍ଚାଇଵାରେ ସଫଳ ହୋଇଛନ୍ତି। ଏଥି ସହିତ ସେ ନିଜେ ବିଭିନ୍ନ ପ୍ରକାର ଯାଦୁଖେଳ ଦେଖାଇ ସମସ୍ତ ଜନସାଧାରଣ ଓ ଛାତ୍ରୀ ଛାତ୍ରଙ୍କୁ ଖୁସି କରାଇ ଥାଆନ୍ତି lଆମେରିକାରେ ବସତି ସ୍ଥାପନ କରୁଥିବା ସମସ୍ତ ପ୍ରବାସୀ ଓଡିଆ ଭଉଣୀ ଭାଇ ଓ ପତ୍ରିକାର ସମ୍ପାଦନା ମଣ୍ଡଳୀଙ୍କ ନିକଟରେ ଓଡିଶାବାସୀଙ୍କ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଅଛୁ l

