ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେପାଟାଇଟିସ୍-ସି ଚିକିତ୍ସା ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜ଼ିଲ୍ଲାକୁ ରାଜ୍ୟରେ ତୃତୀୟ ପୁରସ୍କାର

ହେପାଟାଇଟିସ୍-ସି ଚିକିତ୍ସା ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜ଼ିଲ୍ଲାକୁ ରାଜ୍ୟରେ ତୃତୀୟ ପୁରସ୍କାର

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP) ୨୦୨୫-୨୬ ଅଧୀନରେ ହେପାଟାଇଟିସ୍-ସି ରୋଗୀଙ୍କୁ ଚିହ୍ନଟ କରି ସମୟୋପଯୋଗୀ ଚିକିତ୍ସା ସେବାରେ ସାମିଲ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ନୂଆପଡ଼ା ଜିଲ୍ଲା ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛି। ବିଶ୍ୱ ହେପାଟାଇଟିସ୍ ଦିବସ-୨୦୨୬ ଅବସରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି।ରାଜ୍ୟସ୍ତରୀୟ ସମାରୋହରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଞ୍ଜୁରାଣୀ ସିଂହ ନୂଆପଡ଼ା ଜିଲ୍ଲା ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।ଏହି ଉଲ୍ଲେଖନୀୟ ସଫଳତା ପଛରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଦୂରଦର୍ଶୀ ମାର୍ଗଦର୍ଶନ ସହିତ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦ୍ୱାରିକାନାଥ ଶତପଥୀଙ୍କ ନେତୃତ୍ୱ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଞ୍ଜୁରାଣୀ ସିଂହ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟ ନାରାୟଣ ତ୍ରିପାଠୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମ, ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ଓ ସୁଦୃଢ଼ କାର୍ଯ୍ୟାନ୍ୱୟନ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଏହି ସଫଳତା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲାର କ୍ରମାଗତ ଉନ୍ନତ କାର୍ଯ୍ୟଦକ୍ଷତାର ଆଉ ଏକ ସ୍ୱୀକୃତି ବୋଲି କୁହାଯାଉଛି l ଆଗାମୀ ଦିନରେ ହେପାଟାଇଟିସ୍-ସି ନିରାକରଣର ଜାତୀୟ ଲକ୍ଷ୍ୟ ହାସଲ ଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକ ସକ୍ରିୟ ଓ ଦୃଢ଼ତାର ସହ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ। ଚଳିତ ବର୍ଷ “ହେପାଟାଇଟିସ୍: ଲେଟ୍ସ ବ୍ରେକ୍ ଇଟ୍ ଡାଉନ୍” ପ୍ରତିପାଦ୍ୟକୁ ନେଇ ଦିବସଟି ପାଳନ କରାଯାଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP) ୨୦୩୦ ସୁଦ୍ଧା ଭାଇରାଲ୍ ହେପାଟାଇଟିସ୍‌କୁ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଭାବେ ନିରାକରଣ କରିବାର ଜାତୀୟ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏହା ସ୍ଥାୟୀ ବିକାଶ ଲକ୍ଷ୍ୟ (SDG)-୩.୩ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Related posts

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

masiha

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ଯାମଦା ଥାନା ! ଅହି ଦଂଶନରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!