ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

ଜୁନାଗଡ଼ ୩୦/୭ ( ମନୀସ) ଗତ କିଛିଦିନ ଧରି ଲାଗିରହିଥିବା ଲଘୁଚାପଜନିତ ପ୍ରବଳ ବର୍ଷାରେ ଚିଲିଗୁଡା ପିଡବ୍ଲୁଡି ମୁଖ୍ୟ ରାସ୍ତାରୁ ଗୋନ୍ତିଆ ପଡା ପ୍ରଯ୍ୟନ୍ତ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି ।ରାସ୍ତା ମଝି ମଝିରେ ବଡ଼ ବଡ଼ ଖାଲ ରହିଥିବା ଯୋଗୁଁ ବର୍ଷା ପାଣି ଜମିକି ରହୁଛି ।ଫଳରେ ସ୍କୁଲ ଗେଟଦେଇ ଛାତ୍ରଛାତ୍ରୀ ମାନେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।ବର୍ଷା ପାଣି ନିଷ୍କାସନ ନ ହେବାରୁ ମହିଳାମାନେ ମଧ୍ୟ ପିଇବା ପାଣି ଆଣିବାରେ ବାଧା ସୃଷ୍ଟି ହେଉଛି ।ପ୍ରାୟ ୩୦୦ ମିଟର ରାସ୍ତା କାଦୁଅ ଭରପୁର ସହ ଖାଲ ଖମ। ରହିଛି ।ଯାହା ଫଳରେ ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ଦେଖା ଦେଇଛି ।ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକେ ଯିବା ଆସିବା କରୁଛନ୍ତି ।ହେଲେ ବିଭାଗ ଏ ଦିଗରେ ଧ୍ୟାନ ଦେଉ ନାହିଁ ।ଯାହା ଫଳରେ ପ୍ରତି ବର୍ଷ ବର୍ଷା ଋତୁରେ ଲୋକେ ଅସୁବିଧା ଭୋଗୁଛନ୍ତି । ଛାତ୍ରଛାତ୍ରୀ ଏବଂ ଲୋକଙ୍କ ସୁବିଧା ପାଇ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦୀବସ ପାଳିତ 

masiha

ଭାରତରତ୍ନ ଡ. ଭୀମରାଓ ଆମ୍ବେଦକର’ଙ୍କ ୧୩୨’ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଦୂର୍ନିତୀ ଅଭିଯୋଗରେ ତିରିଂ ଲ୍ୟାମ୍ପ ଘେରିଲେ ଚାଷି

Sunil Chandra Nayak

Leave a Comment

error: Content is protected !!