ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିପିଏସ୍ଓଡିଏଲ୍ ତରଫରୁ ନୈତିକତା ଦିବସ ପାଳନ

ଟିପିଏସ୍ଓଡିଏଲ୍ ତରଫରୁ ନୈତିକତା ଦିବସ ପାଳନ

ବ୍ରହ୍ମପୁର,୨୯/୦୭ : ନୈତିକ ମୂଲ୍ୟବୋଧ ଏବଂ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ ଶାସନ ବ୍ୟବସ୍ଥା ପ୍ରତି ନିଜର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ତରଫରୁ ଶ୍ରୀ ଜାହାଙ୍ଗୀର ରତନଜୀ ଦାଦାଭୋଏ (ଜେ.ଆର୍.ଡି.) ଟାଟାଙ୍କ ଜୟନ୍ତୀ ଅବସରରେ ନୈତିକତା ଦିବସ ପାଳନ କରାଯାଇଛି । ଏହି ଅବସରରେ କମ୍ପାନୀ ତରଫରୁ ଟାଟା ଆଚରଣ ସଂହିତା, ନୈତିକ ନେତୃତ୍ୱ ଏବଂ ଦାୟିତ୍ୱବାନ ବ୍ୟବସାୟିକ ଅଭ୍ୟାସ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଯାଇଥିଲା। ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥିସହିତ ଜେ.ଆର୍.ଡି. ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ଷେତ୍ରରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ଉତ୍କର୍ଷତା ବଜାୟ ରଖିବାର ପ୍ରତିଶ୍ରୁତିକୁ ଦୋହରାଇଥିଲେ ।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ନୈତିକତା ହେଉଛି ବିଶ୍ୱାସର ମୂଳଦୁଆ ଏବଂ ବିଶ୍ୱାସ ହେଉଛି ପ୍ରତ୍ୟେକ ଦୀର୍ଘସ୍ଥାୟୀ ଅନୁଷ୍ଠାନର ଆଧାର । ଟିପିଏସ୍‌ଓଡିଏଲ୍‌ରେ ଆମେ ସତ୍ୟନିଷ୍ଠା, ନ୍ୟାୟପରାୟଣତା ଓ ସ୍ୱଚ୍ଛତାର ସହିତ ବ୍ୟବସାୟ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ । ଏଥିସହ ଆମର ଉପଭୋକ୍ତା ଏବଂ ସମୁଦାୟକୁ ସର୍ବୋଚ୍ଚ ବୃତ୍ତିଗତ ମାନକ ଅନୁଯାୟୀ ସେବା ପ୍ରଦାନ କରିବାକୁ ଆମେ ସଂକଳ୍ପବଦ୍ଧ । ଜେ.ଆର୍.ଡି. ଟାଟାଙ୍କ ନୀତି ଆଦର୍ଶ ଆମର ପ୍ରତ୍ୟେକ ନିଷ୍ପତ୍ତିକୁ ଆଜି ମଧ୍ୟ ପଥପ୍ରଦର୍ଶନ କରୁଛି” ।

ଏହି ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲଙ୍କ ଦ୍ୱାରା କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ଆଧୁନିକ ଜିମ୍ନାସିୟମ୍‌ ର ଉଦ୍‌ଘାଟନ ହୋଇଛି । କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ, ଶାରୀରିକ ସୁସ୍ଥତା ଓ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ନୂତନ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହା କର୍ମଚାରୀମାନଙ୍କୁ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରାଇବାରେ ସହାୟକ ହେବା ସହ ଏକ ସକାରାତ୍ମକ ଓ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଦିଗରେ ଟିପିଏସ୍‌ଓଡିଏଲ୍‌ର ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଶେଷରେ କର୍ମଚାରୀମାନେ ନୈତିକତା ଶପଥ ଗ୍ରହଣ କରିଥିଲେ । ଏଥିସହିତ ନିଜ କାର୍ଯ୍ୟର ପ୍ରତ୍ୟେକ କ୍ଷେତ୍ରରେ ସତ୍ୟନିଷ୍ଠା, ଦାୟିତ୍ୱବୋଧ, ଉତ୍କର୍ଷତା, ଏକତା ଓ ପାରସ୍ପରିକ ବୁଝାମଣା ଭଳି ଟାଟାର ମୂଳ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ବଦ୍ଧପରିକର ହୋଇଥିଲେ ।

Related posts

ରାଇରଙ୍ଗପୁର ଵ୍ଳକ ପଡ଼ିଆ କୁଢ଼ କୁଢ଼ ଆବର୍ଜନାରେ ଭରପୁର; ୧୧ ଦିନ ହେଲା ରଥ ମୀନା ବଜାର ମେଳା ସରିଲାଣି ; ପ୍ରଦୂଷଣ ବୃଦ୍ଧି ପାଉଛି ,ପାଖରେ ରାଇରଙ୍ଗପୁର ମହାବିଦ୍ଯାଳୟ ଛାତ୍ରାବାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ; ; ସାଧାରଣରେ ପ୍ରଶ୍ନ କଚରା ଉଠାଇବ ମ୍ଯୁନସିପାଲିଟି ନା ରଥ କମିଟି ?ପ୍ରଶାସନ ଦୃଷ୍ଟି ଦେବାପାଇଁ ଛାତ୍ରଛାତ୍ରୀଙ୍କ ଦାବି 

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

masiha

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!