ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି ଦାବୀ ପୂରଣ ନହେଲେ ସ୍ୱାଧୀନତା ଦିବସରୁ ଅନଶନ ପାଇଁ ଚେତାବନୀ…

ଧର୍ମଗଡ ବ୍ଲକ ଥନଟ ଗ୍ରାମର ବିଭିନ୍ନ ସମସ୍ୟା କୁ ସମାଧାନ କରିବା ନେଇ ଦାବି

ଦାବୀ ପୂରଣ ନହେଲେ ସ୍ୱାଧୀନତା ଦିବସରୁ ଅନଶନ ପାଇଁ ଚେତାବନୀ…

ଧର୍ମଗଡ : ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଥନଟ ଗ୍ରାମବାସୀ ମାନେ ଗ୍ରାମରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଏକ ୭ଦଫା ସମ୍ବିଲିତ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସ୍ୱାଧୀନତାର ଏତେ ବର୍ଷ ବିତି ଯାଇଥିଲେ ହେଁ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ଥନିଟ ଗ୍ରାମ ଏବେବି ଅନୁନ୍ନତ ଓ ବିଭାଗୀୟ ପ୍ରଶାସନିକ ଅବହେଳା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଏହି ଗ୍ରାମରେ ସୂଚାରୁ ରୂପରେ ସମ୍ପାଦନ ହୋଇ ପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 ଥନଟ ଗ୍ରାମରୁ ରୁ କେବିଡି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି। ଖାଳ ଢ଼ିପ ରହିଥ‌ିବାରୁ ଅନେକ ଲୋକ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ଆଗକୁ ପ୍ରଧାନମନ୍ତ୍ରୀ ରାସ୍ତା ମଧ୍ୟ ହେବାର ଅଛି ବୋଲି ସୂଚନା ମିଳିଛି। ଏଣୁ ରାସ୍ତାର ଖାଳ ଢ଼ିପ କୁ ପଥର ଗୁଣ୍ଡ ମଧ୍ୟ ଦେଇ ସମତଳ ଠିକ୍ କରାଯିବା,ପାନୀୟ ଜଳ ପ୍ରକଳ୍ପ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସମସ୍ତ ରାସ୍ତାକୁ ମରାମତି କରାଯିବା,ପାନୀୟ ଜଳ ପ୍ରକଳ୍ପ ରୁ ଆସୁଥିବା ପାଣି କୁ ପରୀକ୍ଷା କରିବା ରୁ ଖରାପ ବାହାରିଥିବା ଜଣାପଡ଼ିଛି ତେଣୁ ଯେମିତି ପିଇବା ପାଣି ସେବନ ଦ୍ବାରା କିଡନୀ ରୋଗ ରେ ଲୋକେ ଆକ୍ରାନ୍ତ ନ ହେବେ ସେଥ‌ିପାଇଁ ବିଶୋଧନ ଜଳ ଯୋଗାଇ ଦିଆଯିବା,ଡ୍ରେନ୍ ସୁବିଧା ନ ଥ‌ିବାରୁ ପାନୀୟ ଜଳ ପ୍ରକଳ୍ପ ରୁ ଆସୁଥ‌ିବା ପାଣି ରାସ୍ତାରେ ଜମି ରହିବା ଦ୍ୱାରା ଆଗକୁ ଡେଙ୍ଗୁ, ହଇଜା ଭଲି ଅନେକ ରୋଗରେ ଆକ୍ରାନ୍ତ ହେବାର ସମସ୍ୟା ଥିବାରୁ ରାସ୍ତା ର ଦୁଇ ପଟରେ ଡ୍ରେନ୍ ନିର୍ମାଣ କରାଯିବା, ଅନେକ ସ୍ଥାନରେ ନୁଆ ଷ୍ଟ୍ରିଟ୍ ଲାଇଟ ଏବଂ କିଛି ଜାଗାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ ଖରାପ୍ ଥ‌ିବା ଲାଇଟ କୁ ଶୀଘ୍ର ମରାମତି କରାଯିବା,ବିପିଏଲ୍ ଧାରୀ ଙ୍କ ପାଇଁ ଲାଗିଥିବା ଟ୍ରାନ୍ସଫର୍ମର ୫ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେଵ ଖରାପ ଥିବାରୁ ଶୀଘ୍ର ନୂଆ ଟ୍ରାନ୍ସଫର୍ମର ଲଗାଯିବା,ଥନଟ ହରିଜନ ପଡ଼ାର ଆମ୍ବେଦକର କମ୍ୟୁନିଷ୍ଟ ହଲ ଛକ ଏବଂ ଗ୍ରାମ ର ଅନ୍ୟ କିଛି ସ୍ଥାନରେ ହାଇମ୍ୟକ୍ସ ଲାଇଟ ଲଗାଯାଉ ବୋଲି ଆଜି ଯୁବ ସମାଜସେବୀ ଉମାକାନ୍ତ ସୁନାନୀ ଙ୍କ ନେତୃତ୍ୱରେ ଗଜିନ୍ଦ୍ର ତାଣ୍ଡି, ଆକାଶ ବାଗ, ଅଶ୍ୱିନ ତାଣ୍ଡି, ରିଙ୍କୁ ମଙ୍ଗରାଜ, ଧର୍ମେନ୍ଦ୍ର ବାଗ, ଅମିର,ପଦ୍ମନ ବାଗ, ବିଜୟ ବାଗ ପ୍ରମୁଖ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ଅମିତ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଉପରୋକ୍ତ ଦାବି ଗୁଡ଼ିକ ପୂରଣ କରାନଗଲେ ଗ୍ରାମବାସୀ ମାନେ ଆସନ୍ତା ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ପାଳନ ଦିନ ଠାରୁ ବ୍ଲକ୍ ସମ୍ମୁଖରେ ଅନଶନ ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପର୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

masiha

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

ରାତି ସାରା ଗଛ ଉପରେ ୧୪ ଶ୍ରମିଜ

Leave a Comment

error: Content is protected !!