ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବିଦିବସୀୟ ଆବାସିକ ମନଶକ୍ତି କର୍ମଶାଳା ଆୟୋଜିତ

ଦ୍ବିଦିବସୀୟ ଆବାସିକ ମନଶକ୍ତି କର୍ମଶାଳା ଆୟୋଜିତ 

 ରାଉରକେଲା: ଗତ ୨୯ ଓ ୩୦ ଜୁଲାଇ ୨୦୨୬ ତାରିଖରେ ରାଉରକେଲାର ହରିୟଣା ଭବନ ଠାରେ “ଆମେ ଜାଣିବା, ଆମେ ଜିଣିବା” ଶୀର୍ଷକ ଦୁଇ ଦିନିଆ ଆବାସିକ ମନଶକ୍ତି କର୍ମଶାଳାର “ସମୀକ୍ଷା” ଗୁରୁ ଗଙ୍ଗାଧର ଭି. ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନେ ଅବଚେତନ ମନର ଶକ୍ତି, ସକାରାତ୍ମକ ଚିନ୍ତାଧାରା, ଆତ୍ମବିଶ୍ୱାସ, ଲକ୍ଷ୍ୟ ନିର୍ଦ୍ଧାରଣ, ସ୍ୱ-ରୂପାନ୍ତରଣ ଓ ଜୀବନକୁ ଅଧିକ ସାର୍ଥକ କରିବାର ବିଭିନ୍ନ ପ୍ରାୟୋଗିକ ପଦ୍ଧତି ସମ୍ପର୍କରେ ଅନୁଭବ ଓ ପ୍ରଶିକ୍ଷଣ ଲାଭ କରିଥିଲେ । ସୀମାବଦ୍ଧ ବିଶ୍ୱାସକୁ ଚିହ୍ନଟ କରି ନୂତନ ସମ୍ଭାବନାକୁ ଜାଗ୍ରତ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କର୍ମଶାଳାରେ ନିମ୍ନଲିଖିତ ବିଷୟଗୁଡ଼ିକ ଯଥା ଅବଚେତନ ମନକୁ ବୁଝିବା,ସୀମିତ ବିଶ୍ୱାସକୁ ଚିହ୍ନଟ କରିବା,ସକାରାତ୍ମକ ପୁନଃପ୍ରୋଗ୍ରାମିଂ କୌଶଳ,ନିର୍ଦ୍ଦେଶିତ ଧ୍ୟାନ ଏବଂ ଦୃଶ୍ୟକରଣ, ସ୍ୱ-ପରିବର୍ତ୍ତନ ଅଭ୍ୟାସ ଉପରେ ଆଲୋଚନା ସହ ପ୍ରଶିକ୍ଷଣ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ପୁରୀରେ “ଶ୍ରୀକ୍ଷେତ୍ର ସଂକଳ୍ପ”, ନୟାଗଡ଼ ଜିଲ୍ଲାର ଚାନ୍ଦପୁରରେ “ସ୍ୱର ବିଜ୍ଞାନ – ଏକ ଚମତ୍କାର” ଏବଂ ହରିଦ୍ୱାରରେ “ସ୍ୱର ସିଦ୍ଧି ହରିଦ୍ୱାର” ନାମରେ ସଫଳ କର୍ମଶାଳା ଆୟୋଜିତ ହୋଇସାରିଛି।

ଏହି ଅବସରରେ ଡିଏମଆଇଟି ଆପ୍ଲିକେସନ ଉନ୍ମୋଚନ କରାଯାଇଥିଲା । ଏହି ଆପ୍ଲିକେସନ୍ ମାଧ୍ୟମରେ ଘରେ ବସି ଅନଲାଇନ୍ ଶିକ୍ଷା ଗ୍ରହଣ କରିବାର ସୁବିଧା ଉପଲବ୍ଧ ହେବ।ଏହି କର୍ମଶାଳାରେ ଓଡିଶ।ର ପ୍ରତେକ ଜିଲ୍ଲାର ବହୁସଂଖ୍ୟକ ପ୍ରତିନିଧି ଯୋଗଦେଇଥିଲେ ବୋଲି ଆବାହକ ପ୍ରଦୀପ କୁମାର ସାହୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରୋଜିନୀ ଦାସ, ଶିଳ୍ପୀ ସୁଧା ମହାକୁଡ, ପ୍ରଦୀପ ସେନଗୁପ୍ତ, ପ୍ରଫୁଲ୍ଲ ନାଥ ଶର୍ମା, ଇତିଶ୍ରୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ପଥର କ୍ରସରକୁ ୫ଟି ଗାଁର ଗ୍ରାମବାସୀଙ୍କ ବିରୋଧ

ରାୟଗଡାରେ ହକି ବିଶ୍ୱ କପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ କଲା ଜିଲ୍ଳା ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!