ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ୪୫୨ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ୪୫୨ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

ବଡ଼ବିଲ: ବଡ଼ବିଲସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ବିଜ୍ଞାନ ଓ ଗଣିତ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ସୃଜନଶୀଳତାର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ.ବି.ସି.ର ରାଜ୍ୟ ସଭାପତି ଶ୍ରୀ ଚନ୍ଦ୍ରଗୁପ୍ତ ପ୍ରସାଦ ଯୋଗଦେଇ ଦୀପ ପ୍ରଜ୍ୱଳନ ମାଧ୍ୟମରେ ମେଳାର ଉଦ୍ଘାଟନ କରିଥିଲେ। ସେ ଶିଶୁ ଭାଇଭଉଣୀମାନଙ୍କୁ ବିଜ୍ଞାନମନସ୍କ ହେବା ସହ ନୂତନ ଚିନ୍ତାଧାରା ଓ ଉଦ୍ଭାବନ ପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆର୍‌.ଏସ୍‌.ଏସ୍‌.ର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୌତମ ସିଂ ଉପସ୍ଥିତ ଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିପିନ ବିହାରୀ ଖଣ୍ଡାୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ମେଳାରେ ଶିଶୁବର୍ଗ, ବାଳବର୍ଗ ଓ କିଶୋରବର୍ଗର ମୋଟ ୪୫୨ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, କଥାକଥନ, ଆଶୁ ଭାଷଣ, ମୂର୍ତ୍ତିକଳା ଓ ନିବନ୍ଧ ଆଦି ବିଭିନ୍ନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ବିଜ୍ଞାନ ଆଚାର୍ଯ୍ୟ ଶ୍ରୀ ଗଣେଶ ମହାନ୍ତ ବିବରଣୀ ପାଠ କରିଥିଲେ। ସମାରୋପ ଉତ୍ସବରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାହୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସୁଭଦ୍ରାର ହିତାଧିକାରୀଙ୍କୁ ଶୀଘ୍ର ଆର୍ଥିକ ସହାୟତା ନିମନ୍ତେ ସାମନ୍ୱୟ ବୈଠକ 

masiha

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳିଲା ଦର୍ଶୀ

Sunil Chandra Nayak

କୃତଜ୍ଞତା ଜ୍ଞାପନ

masiha

Leave a Comment

error: Content is protected !!