ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର – କୁସୁମୀବ୍ଲକ ତଲକପୋଖରୀ ପଞ୍ଚାୟତସ୍ଥିତ ଭଣ୍ଡନ ଆଶ୍ରମ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରଜତ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ .ବିଶାଖା ହେମ୍ବ୍ରମ ମୁଖ୍ୟଅତିଥି ଦ୍ଭାବେ ଯୋଗ ଦେଇ ସୁସ୍ଥ ଓ ନିରୋଗ ରହିବା ପାଇଁ ଯୋଗାଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ଯକବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥିଭାବେ କୃଷକ ମୋର୍ଚା ଜିଲ୍ଲା ସହ-ସଂଯୋଜିକା କବିତା ରାଣୀ ଗିରି,ଶିକ୍ଷୟିତ୍ରୀ ପ୍ରମିଳା ଟୁଡ଼ୁ,.ଶିକ୍ଷୟିତ୍ରୀ ଶ୍ରୀମତୀ ମୁର୍ମୁ,. ବାସନ୍ତୀ କିସ୍କୁ ପ୍ରମୁଖ ଯୋଗଦେଇ ଯୋଗଯୁକ୍ତ ଜୀବନ ନିତ୍ୟାନ୍ତ ଉପଯୋଗୀ ବୋଲି ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟବକ୍ତା ଭାବେ ଆନନ୍ଦମାର୍ଗ ସଂଗଠନର ଧର୍ମପ୍ରଚାରକ ତଥା ସମାଜସେବୀ ଶରତ ଚନ୍ଦ୍ର ମହାନ୍ତ ଯୋଗ ଦେଇ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ନିମନ୍ତେ ଯୋଗ ହିଁ ଏକମାତ୍ର ବିଜଳ୍ପ ବୋଲି ମତବ୍ୟକ୍ତ କରିଥିଲେ । ଏହାବ୍ଯତୀତ ମାନବ ଶରୀରର ଅନ୍ତସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହେଉଥିବା ହରମୋନକୁ କିପରି ଯୋଗାସନ ମାଧ୍ଯମରେ ଆୟତ୍ତ ଏବଂ ଅଧିକ ସକ୍ରିୟ କରାଯାଇ ପାରିବ ସେ ସମ୍ପର୍କ୍‌ରେ ଆଲୋକପାତ କରିଥିଲେ । ଶେଷରେ ଶ୍ରୀ ମହାନ୍ତ ଛାତ୍ରଛାତ୍ରୀଙ୍କୁ ଶଶାଙ୍ଗାସନ,ଦୀର୍ଘ ପ୍ରଣାମ, ଜାନୁଶିରାସନ,ବଜ୍ରାସନ, କୌଶିକୀନୃତ୍ୟ,ଗୋମୁଖାସନ ଆଦି ଉପାଦେୟ ଆସନ ଅଭ୍ୟାସ କରାଇଥିଲେ । କାର୍ଯ୍ୟକ୍ରମକୁ .ଇନ୍ଦୁମତୀ ସୋରେନ୍, ରାଇମାତ୍ ବେଶ୍ରା, ଦୀପାଲି ମାର୍ଣ୍ଣି, ସାବିତ୍ରୀ ମୁର୍ମୁ, ସସ୍ମିତା ହେମ୍ବ୍ରମ, ମାନକ ଟୁଡୁ, ସୁମିତ୍ରା ଚାତାର, ସୁକାନ୍ତି ଚାତାର, ଚମ୍ପା ସୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ରଙ୍କ ଉପରେ ଆଲୋଚନା 

masiha

ଅଟୋ ଛଡେଇ ନେଲା ଶଙ୍ଖା ସିନ୍ଦୁର

Sunil Chandra Nayak

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

masiha

Leave a Comment

error: Content is protected !!