ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ.

ରାଉରକେଲା: ଆଜି ଆଗାମୀ ହିନ୍ଦୀ ଦିବସ ସମାରୋହ ଉପଲକ୍ଷେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଆନୁକୁଲ୍ୟରେ କନିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ରଚନା ଲିଖନ ଓ ବରିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ମୋଟ ୩୫ ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଦୀପିକା ଇସ୍ପାତ ଶିକ୍ଷା ସଦନ ସେକ୍ଟର ୧୮ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା,ବିଚାରକ ଥିଲେ ସଂସ୍ଥାନର ସଦସ୍ୟା ସୁଶ୍ରୀ ସୁସ୍ମିତା ପାଲ୍,ମିନ୍ନି ରାୟ ଓ ରେଖା ବୋଷ। ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ ଜଗନ୍ନାଥ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ମେଧାବୀ ଛାତ୍ର ଓମ୍ ପ୍ରକାଶ ଦେବତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା 

ରଞ୍ଜୁଲତା ପାଢୀଙ୍କୁ ମିଳିଲା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!