ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

ଆସିକା,୩/୮/୨୬ (ଶିବ ଶଙ୍କର ମିଶ୍ର )ନଶାମୁକ୍ତ ଭାରତ ଗଠନ ଓ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମିଶନ ସ୍ପନ୍ଦନର ସହଯୋଗରେ ବ୍ରହ୍ମାକୁମାରୀଜ୍ ମୁଖ୍ୟାଳୟ, ମାଉଣ୍ଟ ଆବୁ ପକ୍ଷରୁ ଆଜି ଆଭାସୀ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ‘ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଆସିକା ସ୍ଥିତ ବ୍ରହ୍ମାକୁମାରୀଜ୍ ଶାନ୍ତି ଶକ୍ତି ଭବନ ସେବା କେନ୍ଦ୍ରରେ ମଧ୍ୟ ଏକ ଭବ୍ୟ ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ଆସିକା ବାର୍ ଆସୋସିଏସନର ପ୍ରାକ୍ତନ ସଭାପତି ସୁରେନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ଦୁର୍ଗାଚରଣ ପଟ୍ଟନାୟକ, ଆସିକା ଆତ୍ମାର ସଭାପତି ବିଜୟ ସ୍ୱାଇଁ ଏବଂ ସମାଜସେବୀ ନିରଞ୍ଜନ ମହାନ୍ତି ଯୋଗଦେଇ ଯୁବସମାଜକୁ ନିଶାମୁକ୍ତ ଜୀବନଶୈଳୀ ଆପଣେଇବା ପାଇଁ ଆହ୍ୱାନ କରିଥିଲେ l କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କୁ ନଶାମୁକ୍ତ ସମାଜ ଗଠନ କରିବାରେ ସହଯୋଗ ଦେବା ପାଇଁ, ନିଜେ ନଶାମୁକ୍ତ ରହି ଅନ୍ୟମାନଙ୍କୁ ମଧ୍ୟ ନିଶା ପରିତ୍ୟାଗ କରିବା ପାଇଁ ସଂକଳ୍ପ ପାଠ କରାଇବା ଅବସରରେ ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ଯେ ୫ ରୁ ୨୦ ଅଗଷ୍ଟ ମଧ୍ୟରେ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଶେରଗଡ ଓ ପାଟପୁର ବ୍ଲକର ଶତାଧିକ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ, ଆଧ୍ଯାତ୍ମିକ ସଂଗଠନ, କୋର୍ଟ କଚେରୀ ଏପରିକି ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଏହି ଅଭିଯାନରେ ସାମିଲ କରିବା ଆମର ଲକ୍ଷ୍ୟ l କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୂର୍ଗା ପ୍ରସାଦ ପଣ୍ଡା, ଚିନ୍ମୟ ମିଶନର କାର୍ଯ୍ଯକାରୀ ସଭାପତି ଲକ୍ଷ୍ମୀନାରାୟଣ ଗୁପ୍ତା,ବରିଷ୍ଠ ଆଇନଜୀବି ଦିଲ୍ଲୀପ କୁମାର ପାଣିଗ୍ରାହୀ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ସମସ୍ତ ଭାଇଭଉଣୀ,ସାମାଜିକକର୍ମୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାଉଣ୍ଟ ଆବୁରୁ ପ୍ରସାରିତ ଜାତୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସିଧାସଳଖ ଅବଲୋକନ କରିଥିଲେ।

Related posts

ନବରଙ୍ଗପୁର ଜିଲ୍ଲାରେ ପହଂଚି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କୁ ଦର୍ଶନ ଭିକ୍ଷା କରି ଆଶିର୍ବାଦ ନେଇ:ଡଃ ଶୁଭଙ୍କର ମହାପାତ୍ର ଆଜି ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ         

masiha

ବାରବେସାଲ ରୁ କୁସୁମ ଜୋର ରାସ୍ତା ଶୋଚନୀୟ ମରାମତି ଦାବି 

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

Leave a Comment

error: Content is protected !!