ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ ୭୨ତମ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ରାଇରଙ୍ଗପୁରରେ ପ୍ରସ୍ତୁତି ବୈଠକ ଚଳିତ ଅଗଷ୍ଟ ମାସ ୭, ୮ ଓ ୯ ତାରିଖ ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ହେବ ଆୟୋଜିତ 

ରାଜ୍ୟସ୍ତରୀୟ ୭୨ତମ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ରାଇରଙ୍ଗପୁରରେ ପ୍ରସ୍ତୁତି ବୈଠକ

ଚଳିତ ଅଗଷ୍ଟ ମାସ ୭, ୮ ଓ ୯ ତାରିଖ ରାଇରଙ୍ଗପୁର ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସ ଠାରେ ହେବ ଆୟୋଜିତ 

ରାଇରଙ୍ଗପୁର – ରାଇରଙ୍ଗପୁରରେ ଚଳିତ ମାସ ୭, ୮, ଓ ୯ ତାରିଖ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ୭୨ତମ ଆଥଲେଟିକ ମିଟ୍‌କୁ ସଫଳ, ସୁସଂଗଠିତ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଦୌଡ଼କୁଦ ପ୍ରତିଯୋଗିତାର ବିସ୍ତୃତ ସୂଚନା ଜିଲ୍ଲା କ୍ରୀଡା ଅଧିକାରୀ ଡ଼. ସୁଭାଶିଷ ନାୟକ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୩୦ ଟି ଜିଲ୍ଲା ଏବଂ ଭୁବନେଶ୍ୱର, ରାଉରକେଲା,କିଟସ, ଓ ପାରାଦ୍ୱୀପକୁ ମିଶାଇ ୩୪ଟି ସ୍ଥାନର ଖେଳାଳି ମାନେ ଅଂଶ ଗ୍ରହଣ କରିବେ। ଉକ୍ତ ପ୍ରତିଯୋଗିତାରେ ୧୪ ବର୍ଷରୁ କମ , ୧୬ ବର୍ଷରୁ କମ , ୧୮ବର୍ଷରୁ କମ ଓ ୨୦ ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକାଙ୍କୁ ମିଶାଇ ପାଖାପାଖି ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ଏବଂ ୨୬ ପ୍ରକାର ଖେଳକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ଖେଳ ପୃଥକ ପୃଥକ ଭାବେ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ।ଏହାର ଉଦଘାଟନୀ ଉତ୍ସବ ୭ତାରିଖ ଅପରାହ୍ନ ୩-୩୦ ମିନିଟ ସମୟରେ ଅନୁଷ୍ଠିତ ହେବ। ଏହାର ସୁଚାରୁ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଖେଳାଳି ଓ କ୍ରୀଡ଼ା ପ୍ରତିନିଧି ଓ ଅତିଥିଙ୍କ ରହଣି, ଯାତାୟାତ, ପାନୀୟ ଜଳ, ପରିମଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବ୍ୟବସ୍ଥା, ପ୍ରଚାର ପ୍ରସାର ଏବଂ କ୍ରୀଡ଼ା ପ୍ରତିଯୋଗିତା ସ୍ଥଳର ଆବଶ୍ୟକ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ତମ ଆତିଥ୍ୟ ଓ ଆବଶ୍ୟକ ସୁବିଧା ଯୋଗାଇଦେବା ସହିତ ପ୍ରତିଯୋଗିତାକୁ ସୁରକ୍ଷିତ ଓ ସୁନ୍ଦର ପରିବେଶରେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବୈଠକରେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶକୁନ୍ତଳା ହାଁସଦା, ତହସିଲଦାର ଭାବାନି ପ୍ରସାଦ ସାହୁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ପୁଲିସ ଏସ ଆଇ ଗଙ୍ଗାଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଏବିଇଓ ଶ୍ରୀ ହେମ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ, ଆୟୋଜକ କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

ରାଇରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ଭବ୍ୟ ଓ ସଫଳ କରିବା ପାଇଁ ସମସ୍ତ ବିଭାଗ, ଆୟୋଜକ ଓ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

Sunil Chandra Nayak

ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକଙ୍କ ପିତା ପ୍ରାକ୍ତନ ଶିକ୍ଷକ କରମଚାନ୍ଦ ମହାନ୍ତଙ୍କ ଦେହାନ୍ତ 

masiha

Leave a Comment

error: Content is protected !!