ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗଦଳପୁର ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆସିକା ବିଧାୟକ ସରୋଜ ପାଢୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ଜଗଦଳପୁର ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆସିକା ବିଧାୟକ ସରୋଜ ପାଢୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ଆସିକା, ୩/୮/୨୬ (ଶିବ ଶଙ୍କର ମିଶ୍ର )ଆସିକା ବ୍ଲକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ-ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇ ଯୁକ୍ତ ଦୁଇ ବିଭାଗରେ କଳା ପାଠ୍ୟକ୍ରମ ଖୋଲିବା ଲାଗି ଶିକ୍ଷାବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପଭିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଜଗଦଳପୁର ମାଧ୍ଯମିକ ବିଦ୍ୟାଳୟ (ଗୁଣ୍ଠପଡା)କୁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇ ଆଗାମୀ କିଛି ଦିନ ପରେ କଳା ପାଠ୍ୟକ୍ରମ ଖୋଲିବା ଏକ ପ୍ରକାର ନିଶ୍ଚିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ପାଠ ପଢିବା ପାଇଁ ଆଉ ଦୂରଦୂରାନ୍ତକୁ ଯିବେ ନାହିଁ ବୋଲି ଜଣାପଡିଛି । ଜଗଦଳପୁର ମାଧ୍ଯମିକ ବିଦ୍ୟାଳୟ (ଗୁଣ୍ଠପଡା)କୁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମାନ୍ୟତା ପ୍ରଦାନ କରାଯାଇ ଯୁକ୍ତ ଦୁଇ ବିଷୟରେ କଳା ପାଠ୍ୟକ୍ରମ ଖୋଲିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ପରେ ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ୱାଇଁ ଓ ସମିତି ସଭ୍ୟ ନାରାୟଣ ସ୍ଵାଇଁଙ୍କ ନେତୃତ୍ୱରେ ବହୁ ସଚେତନ ନାଗରିକ ରବିବାର ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ କୃତଜ୍ଞତା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Related posts

ଅଟୋ ଗାଡି ଓଲଟି ୧୩ ଆହତ 

masiha

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ତରଫରୁ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!