ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣାରେ କଳିଙ୍ଗ ୱେବ ମିଡିଆ ଇନସାଇଟ୍‌ର ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ

ଜୟପାଟଣାରେ କଳିଙ୍ଗ ୱେବ ମିଡିଆ ଇନସାଇଟ୍‌ର ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ

 କଳାହାଣ୍ଡି ଜିଲ୍ଲାର ଜୟପାଟଣାସ୍ଥିତ ହୋଟେଲ୍ ଭି.ଆର୍. ପ୍ଲେସ୍‌ରେ କଳିଙ୍ଗ ୱେବ ମିଡିଆ ଇନସାଇଟ୍ ପ୍ରାଇଭେଟ୍ ଲିମିଟେଡ୍ (KWMI) ପକ୍ଷରୁ ରାଜ୍ୟସ୍ତରୀୟ ସାଙ୍ଗଠନିକ ବୈଠକ ଓ ନବଯୋଗଦାନକାରୀ ସାମ୍ବାଦିକଙ୍କୁ ପରିଚୟପତ୍ର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସତ୍ୟନିଷ୍ଠ, ନିଷ୍ପକ୍ଷ ଓ ଜନମୁଖୀ ସାମ୍ବାଦିକତା ସହ ସମାଜସେବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।

ଜୟପାଟଣାର ଅଧିଷ୍ଠାତ୍ରୀ ଦେବୀ ଡୋକ୍ରି ବୁଢ଼ୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଦିବଙ୍ଗତ ସାମ୍ବାଦିକ ଦିବାକର ପଟ୍ଟନାୟକଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ସମ୍ପାଦକ ସତ୍ୟ ରଞ୍ଜନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ସଂଯୁକ୍ତା ଦାସ, ସୁବ୍ରତ ଚୌଧୁରୀ, କେବିକେ କନଭେନର ବୈଦ୍ୟରାଜ ଧର୍ମୁ ନାଏକ, ଉପଦେଷ୍ଟା ଯୁଧିଷ୍ଠି ସୁନା, ରାଜ୍ୟ ଉପସଭାପତି ମୁରଲୀଧର ତାଣ୍ଡି, ସମ୍ପାଦକ ରୋହିତ କୁମାର ନିଆଲ, ସମ୍ପାଦକ ରଶ୍ମି ରଞ୍ଜନ ସୁନା, କଳାହାଣ୍ଡି ଜିଲ୍ଲା କନଭେନର କବିରାଜ ଦୁର୍ଗା, କଳାହାଣ୍ଡି ଆଦିବାସୀ ସଂଘର ସଭାପତି ଗଙ୍ଗାଧର ମାଝୀ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ଅଗ୍ରୱାଲ, ଆଇନ ପରାମର୍ଶଦାତା ସତ୍ୟନାରାୟଣ ପଣ୍ଡା ଏବଂ ଉପଦେଷ୍ଟା ନିରୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଘାସିରାମ ଅଗ୍ରୱାଲ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ABEO ଲଳିତ କୁମାର ନାୟକ, ପ୍ରଧାନଶିକ୍ଷକ ବୈଦ୍ୟନାଥ ପାଢ଼ୀ, ଦିଲ୍ଲୀପ ରାଉତ, ପ୍ରାଣ ରଞ୍ଜନ ବେହେରା, ମନୋଜ ଅଗ୍ରୱାଲ, ରାଜ ଅଗ୍ରୱାଲ, ସୌଦାମିନୀ ଦ୍ୱିବେଦୀ, ରାଣୀ ସୋନମ ଦେଓ, କିଶୋର ସାହୁ ଏବଂ ଛାୟାକାନ୍ତ ବେଣୁପାଣିଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇଥିଲେ। ନୂତନ ସାମ୍ବାଦିକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା।

ବକ୍ତାମାନେ ସତ୍ୟନିଷ୍ଠ, ନିର୍ଭୀକ ଓ ଲୋକମୁଖୀ ସାମ୍ବାଦିକତା ମାଧ୍ୟମରେ ଅସହାୟ, ନିଷ୍ପେଷିତ ଓ ବଞ୍ଚିତ ଲୋକଙ୍କ ସ୍ୱରକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଆହ୍ୱାନ ଜଣାଇଥିଲେ। ସମଗ୍ର କାର୍ଯ୍ୟକ୍ରମରେ ରଶ୍ମି ରଞ୍ଜନ ସୁନାଙ୍କ ସୁନ୍ଦର, ସୁସଂଗଠିତ ଓ ପ୍ରାଞ୍ଜଳ ମଞ୍ଚ ପରିଚାଳନା ଉପସ୍ଥିତ ସମସ୍ତ ଅତିଥି ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବୈଠକରେ ସଂସ୍ଥାର ସାଙ୍ଗଠନିକ ସୁଦୃଢ଼ୀକରଣ, ସାମ୍ବାଦିକଙ୍କ ଦକ୍ଷତା ବିକାଶ ଓ ଲୋକମୁଖୀ ସାମ୍ବାଦିକତାକୁ ଆହୁରି ସଶକ୍ତ କରିବା ପାଇଁ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

masiha

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

masiha

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

Leave a Comment

error: Content is protected !!