ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୁରକେଲ ବ୍ରିଜ ନିର୍ମାଣ ଦାବିରେ ୧୦୦ ଦିନର ଧାରଣା, ୩୦ କିଲୋମିଟର ପଦଯାତ୍ରା କଲେ ସଦର ବିଧାୟକ

 ତୁରକେଲ ବ୍ରିଜ ନିର୍ମାଣ ଦାବିରେ ୧୦୦ ଦିନର ଧାରଣା, ୩୦ କିଲୋମିଟର ପଦଯାତ୍ରା କଲେ ସଦର ବିଧାୟକ

ତୁରକେଲ ବ୍ରିଜ ନିର୍ମାଣ ଦାବିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଆନ୍ଦୋଳନକୁ ଆଜି ପୂରିଛି ୧୦୦ ଦିନ । ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ବିଧାୟକ । ଏହାର ପ୍ରତିବାଦରେ ଆଜି ୧୦୦ ଦିନ ପୂର୍ତ୍ତି ଅବସରରେ ତୁରକେଲ ବ୍ରିଜ ନିକଟରୁ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ପଦଯାତ୍ରା କରିଛନ୍ତି ବିଧାୟକ ଓ ଶତାଧିକ କଂଗ୍ରେସ କର୍ମୀ ଆଜି ଅଗଷ୍ଟ ୪ ତାରିଖ । ତୁରକେଲ ବ୍ରିଜ ନିର୍ମାଣ ଦାବିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଧାରଣା ଓ ଆନ୍ଦୋଳନକୁ ପୂରିଛି ୧୦୦ ଦିନ ।

ତୁରକେଲ ବ୍ରିଜ ନିର୍ମାଣ ନହେବା ଯୋଗୁଁ ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିକାଶ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଆସୁଛି । ବ୍ରିଜ ନିର୍ମାଣ ପାଇଁ ବିଧାୟକ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ଏହା ପ୍ରତି କର୍ଣ୍ଣପାତ କରୁନଥିବା ବିଧାୟକ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଆଜି ଆନ୍ଦୋଳନର ୧୦୦ ଦିନ ପୂର୍ତ୍ତି ଅବସରରେ ତୁରକେଲ ବ୍ରିଜ ନିକଟରୁ ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରା ଆରମ୍ଭ କରିଥିଲେ । ହାତରେ ପ୍ଲାକାର୍ଡ ଧରି ବ୍ରିଜ ନିର୍ମାଣ ଦାବିରେ ନାରାବାଜି କରି ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ ।

ପଦଯାତ୍ରା ରାସ୍ତାରେ ବିଭିନ୍ନ ଗ୍ରାମର ଲୋକେ ବିଧାୟକଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ । ସେହିପରି କର୍ଲାପଡା +୨ ଓ +୩ କଲେଜ, ଶିଶୁ ମନ୍ଦିର ସମେତ ବିଭିନ୍ନ ସ୍କୁଲ ଓ ସଂଗଠନର ପ୍ରତିନିଧି ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ପଦଯାତ୍ରାକୁ ସ୍ୱାଗତ କରିଥିଲେ ।

ପ୍ରାୟ ୩୦ କିଲୋମିଟର ପଦଯାତ୍ରା ପରେ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଧାୟକ ଓ କଂଗ୍ରେସ କର୍ମୀ । ସେଠାରେ ତୁରକେଲ ବ୍ରିଜର ତୁରନ୍ତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ ।

ବ୍ରିଜ ନିର୍ମାଣ ନହେବା ଯୋଗୁଁ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଯାତାୟାତ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି । ତେଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ତୁରକେଲ ବ୍ରିଜ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ୪ର୍ଥ ଶ୍ରେଣୀ ଛାତ୍ରୀ

Sunil Chandra Nayak

ବାଲିପଡା ବଣିକ ସଂଘର ବରିଷ୍ଠ ସଦସ୍ୟ ନିର୍ଣ୍ଣୟ ପୁଟେଲଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

masiha

Leave a Comment

error: Content is protected !!