ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ

ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ

ଉତ୍କେଲା-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଉତ୍କେଲାର ଜ୍ଞାନ ବିଜ୍ଞାନ ମେଳା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଓ ସମାରୋପ ଉତ୍ସବରେ କୁଣ୍ଡାବନ୍ଧ ହାଇସ୍କୁଲର ଅବସରପ୍ରାପ୍ତ ଵିଜ୍ଞାନ ଶିକ୍ଷକ ଶ୍ରୀ ପରମାନନ୍ଦ ଛୁଆଲ ସିଂହ ଏବଂ କିକିଆ ହାଇସ୍କୁଲର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ବିପିନ ବିହାରୀ ପ୍ରଧାନ, ପରିଚାଳନା ସମିତିର ସଭାପତି ଶ୍ରୀ ଜୟହରି ପୁଟେଲ, ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ପଞ୍ଚାନନ ମହାପାତ୍ର ମଞ୍ଚାସୀନ ହୋଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ମାନନୀୟ ଛୁଆଲସିଂହ ମହୋଦୟ ଶିଶୁମାନଙ୍କୁ କିଛି ବିଜ୍ଞାନ ପ୍ରଦର୍ଶନୀ ଦେଖାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୨୦୧ ଜଣ ପ୍ରତିଭାଗୀ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୦୧ ଟି ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଏଥିରେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ସଂକୁଳ ସ୍ତରରେ ହେବାକୁ ଥିବା ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ। ଆଚାର୍ଯ୍ୟ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀ ପଞ୍ଚାନନ ମହାପାତ୍ର ଅତିଥିମାନଙ୍କ ପରିଚୟ କରିଥିବା ବେଳେ ଶ୍ରୀ ସଂଜୀବ କୁମାର ବୁଦ୍ଧିଆ ଧନ୍ୟବାଦ ଅର୍ପଣ କରିଥିଲେ।

ଅର୍ଜ୍ଜୁନ ପୋଢ ଙ୍କ ରିପୋର୍ଟ୍ 

Related posts

ବାଇକରୁ ପଡି ଯୁବକ ମୃତ 

masiha

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

Sunil Chandra Nayak

Regional level Divyang Conference held at Rayagada

masiha

Leave a Comment

error: Content is protected !!