ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

ବାଲ୍ୟ ବିବାହ କୁ ରୋକିବା ପାଇଁ ଜିଲ୍ଲା ସ୍ତରୀୟ କୌଶଲାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯

ନବରଂଗପୁର :(ତା ୬.୮.୨୦୨୬)(ରବି ନାରାୟଣ ମହାନ୍ତି)ବାଲ୍ୟ ବିବାହ ନିରାକରଣ ଦିଗରେ ଜିଲ୍ଲାସ୍ତରରେ ସମନ୍ୱିତ ଓ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କୌଶଳାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯ ସମ୍ବନ୍ଧୀୟ ଏକ ଆଭିମୁଖ୍ୟ କାର୍ଯ୍ୟକ୍ରମ ୟୁନିସେଫ୍ ସହାୟତାରେ ନାରୀ ସଶକ୍ତିକରଣ କେନ୍ଦ୍ର ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ବ କରିବା ସହ ଜିଲ୍ଲା କୌଶଳାତ୍ମକ କାର୍ଯ୍ୟ ଯୋଜନା ୨୦୨୬-୨୯ କୁ ଉନ୍ମୋଚନ କରିଥିଲେ।ଜିଲ୍ଲାରେ ବର୍ତ୍ତମାନ ସମୟରେ ବାଲ୍ୟ ବିବାହ ଏକ ଗୁରୁତର ସମସ୍ୟା ଏବଂ ଏହାକୁ ରୋକିବା ଦିଗରେ ସମସ୍ତ ସଂପୃକ୍ତ ବିଭାଗ ପଞ୍ଚାୟତ ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଉଦ୍ୟମ କରିବା ସହ କୌଶଳାତ୍ମକ୍ କାର୍ଯ୍ୟ ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ଚନ୍ଦ୍ର ବର୍ମନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡି ଏସ ପି ପୁନମ କିଷ୍ପଟା, ଆଇନଜିବି କିଶୋରୀ ପଟ୍ଟନାୟକ, ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ପାତ୍ର, ରମା ପଟ୍ଟନାୟକ , ଡି ଆଇ ପି ଆର୍ ଓ ମନୋଜ ବେହେରାଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପୁଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ମିଶନ ଶକ୍ତି, ଆଇସିଡିଏସ୍, ପଞ୍ଚାୟତିରାଜ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଶିଶୁ ବିବାହ ନିଷେଧ ଅଧିନିୟମ, 2006 ର ବିଭିନ୍ନ ବ୍ୟବସ୍ଥା, ଶିଶୁ ବିବାହର କୁପ୍ରଭାବ, ଆଇନଗତ ବୟସ ସୀମା , ପୋକ୍ସୋ ଆଇନ, ଯୁଭେ ଲାଇନ୍ ଜଷ୍ଟିସଏବଂ ଶିଶୁ ବିବାହ ନିବାରଣ ପାଇଁ ସମସ୍ତ ବିଭାଗର ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ୟୁନିସେଫ୍ ପରାମର୍ଶଦାତା ଘାସିରାମ ପଣ୍ଡା ଗ୍ରାମସ୍ତରରେ ସଚେତନତା ସୃଷ୍ଟି, କିଶୋରୀମାନଙ୍କ ଶିକ୍ଷା ଓ ସଶକ୍ତିକରଣ, ବିପଦାପନ୍ନ ଶିଶୁଙ୍କ ଚିହ୍ନଟ, ସମୟୋପଯୋଗୀ ହସ୍ତକ୍ଷେପ, ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଫଳପ୍ରଦ ସମନ୍ୱୟ ସ୍ଥାପନ ଉପରେ ଗୁରୁତ୍ୱ ଦେଇ ଏହି ବାଲ୍ୟ ବିବାହ କୁ ରୋକିବା ରେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଶିକ୍ଷକ, ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତ ପ୍ରତିନିଧି ଓ ସମୁଦାୟର ସକ୍ରିୟ ସହଭାଗିତା ମାଧ୍ୟମରେ ଶିଶୁ ବିବାହ ରୋକିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ଶେଷରେ, ଉପସ୍ଥିତ ସମସ୍ତ ଅଧିକାରୀ ଓ ଅଂଶଗ୍ରହଣକାରୀମାନେ ଜିଲ୍ଲାରେ ଶିଶୁ ବିବାହମୁକ୍ତ ସମାଜ ଗଠନ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଜିଲାସ୍ତରୀୟ କୌଶଳାତ୍ମକ କାର୍ଯ୍ୟ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ

Sunil Chandra Nayak

କିଲ୍ଲିମଞ୍ଜର ପର୍ବତ ଆରୋହଣ ପାଇଁ ବିଭାରଣୀଙ୍କ ଯାତ୍ରା ଆରମ୍ଭ

masiha

ଦକ୍ଷିଣ ରାଉରକେଲାରେ ବିଧାୟକଙ୍କ ସ୍କୁଲ ପରିଦର୍ଶନ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

Sunil Chandra Nayak

Leave a Comment

error: Content is protected !!