ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣମାଧ୍ୟମ ର ପ୍ରଭାବ, ଖବର ପ୍ରସାରଣ ପରେ ଉଠା ଜଳସେଚନ କାର୍ଯ୍ୟଳୟ ର ସଫେଇ ଆରମ୍ଭ

ଗଣମାଧ୍ୟମ ର ପ୍ରଭାବ,

ଖବର ପ୍ରସାରଣ ପରେ ଉଠା ଜଳସେଚନ କାର୍ଯ୍ୟଳୟ ର ସଫେଇ ଆରମ୍ଭ

ଆସିକା, ୭/୮/୨୬ (ଶିବ ଶଙ୍କର ମିଶ୍ର )ନଧରାକୋଟ ପଞ୍ଚାୟତ ସମିତି କାର୍ଯ୍ୟଳୟ ଓ ବିଜୁ ପଟ୍ଟନାୟକ ପାର୍କ ମଧ୍ୟ ଭାଗରେ ରହିଛି ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ । ହେଲେ ଏହା ନଥିବା ଭଳି ପ୍ରତୀୟମାନ ହେଉଛି। କାରଣ ଦୀର୍ଘ ଦିନ ହେଲା ଏଠାରେ କୌଣସି କର୍ମଚାରୀ କାର୍ଯ୍ୟରତ ନାହାନ୍ତି । ବ୍ଲକର ଅଠର ଗୋଟି ପଞ୍ଚାୟତ ଭିତରେ ରହିଥିବା ପ୍ରାୟ ଅସିଏ ଗୋଟି ପ୍ରକଳ୍ପ ମଧ୍ୟରୁ ମାତ୍ର ପନ୍ଦର ଗୋଟି ପଏଣ୍ଟ କାର୍ଯ୍ୟ କରୁଥିବା ବେଳେ ବଳକା ସବୁ ଅଚଳ ହୋଇପଡିଥିବା ଦେଖାଦେଇଛି । ସଂପ୍ରତି ଅଭାବୀ ବର୍ଷା ଯୋଗୁଁ ଚାଷୀ ର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଅଚଳ ଉଠା ଜଳସେଚନ ପଏଣ୍ଟ ଚାଷିପାଇଁ ଉପହାସ ସଦୃଶ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୃଷି ଓ କୃଷକ ଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧରାକୋଟ ରେ ଉଠା ଜଳସେଚନ ବିଭାଗ ର ଏକ କାର୍ଯ୍ୟଳୟ ଖୋଲିଥିଲା । ଜଣେ କନିଷ୍ଠ ଯନ୍ତ୍ରୀ, ଦୁଇ ଜଣ କିରାଣୀ, ପିଅନ ଓ ରାତ୍ରି ଜଗୁଆଳି ସହ ପ୍ରାୟ ଷାଠିଏ ଜଣ ଡ୍ରାଇଭର ଓ ହେଲ୍ପର କାର୍ଯ୍ୟରତ ରହିଥିଲେ । ଏହି ସବୁ ପଏଣ୍ଟ ଗୁଡିକରୁ ନିରନ୍ତର ଭାବରେ ଜଳ ଯୋଗାଣ ଯୋଗୁଁ ଅଞ୍ଚଳର ହଜାର ହଜାର ଏକର ଜମିରେ ଖରିଫ ଓ ରବି ଧାନ ଚାଷ ସହ ପନିପରିବା ଚାଷ କରି ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ ହେଉଥିଲେ । ଅଚାନକ କର୍ମଚାରୀ ମାନଙ୍କୁ ସରକାର ଛଟେଇ କରିବା ପରେ ସ୍ଥିତି ବଦଳି ଯାଇଥିଲା । ଧୀରେ ଧୀରେ ଏଠାରୁ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଙ୍କୁ ମଧ୍ୟ ବଦଳି କରି ତାଙ୍କ ସ୍ଥାନରେ କାହାକୁ ପୋଷ୍ଟିଙ୍ଗ କରାଗଲା ନାହିଁ । ଏଣୁ କାର୍ଯ୍ୟଳୟ ଟି ନଷ୍ଟ ହେବାସହ ଏହାର ପରିସର ଅନାବନା ଗଛ ଲତାରେ ଭରପୂର ହୋଇଗଲା । ଏଣୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ରେ ପରିଣତ ହୋଇଗଲା । ଏ ସମ୍ପର୍କରେ ବିଭିନ୍ନ ସମୟରେ ଅଭିଯୋଗ ପ୍ରକୋଷ୍ଠ ରେ ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ କରିବା ସହ ଗତ ଜୁଲାଇ 21 ତାରିଖ ଦିନ ବିଭିନ୍ନ ଖବରକାଗଜରେ ଏ ସମ୍ପର୍କରେ ବିସ୍ତୃତ ଭାବରେ ଖବର ପ୍ରକାଶ ପାଇଥିଲା। ଯାହାର ପ୍ରଭାବ ଯୋଗୁଁ ସଂପ୍ରତି କାର୍ଯ୍ୟଳୟ ପରିସରରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖାଯାଇଛି । କୃଷି ଓ କୃଷକ ପାଇଁ ଉଠା ଜଳସେଚନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ବର୍ଷାର ଅନୀୟ ମିତତା ଯୋଗୁଁ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଯାହା ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ଏହାର ଗୁରୁତ୍ବ ଉପଲବ୍ଧି କରି ଧରାକୋଟ ଉଠା ଜଳସେଚନ କାର୍ଯ୍ୟଳୟ ଖୋଲିବା ସହ ସମସ୍ତ ଅଚଳ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ ପାଇଁ ଚାଷୀମାନେ ଦାବୀ କରିଛନ୍ତି।

Related posts

ବଲାଙ୍ଗିର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ 

Sunil Chandra Nayak

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଲେ ଜିଲ୍ଲା ନୋଡ଼ାଲ ଅଧିକାରିଣୀ ଓ ଜିଲ୍ଲା ସଂଯୋଜିକା 

masiha

ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ : ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘର ଚେତାବନୀ

Leave a Comment

error: Content is protected !!