ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ସାହୁ ଙ୍କ କବିତା ଆସ ବୁଦ୍ଧ ବାରେ

ଆସ ବୁଦ୍ଧ ବାରେ

 

         ସନ୍ତୋଷ କୁମାର ସାହୁ

 

ହେ ବୁଦ୍ଧ ତୁମେ ଶାନ୍ତିର ପ୍ରତୀକ

ଆସନ୍ତକି ଆଉ ଥରେ

କାମନା ବାସନା ମଣିଷ ମନରୁ

ପୋଛି ହୋଇଥାନ୍ତା ବାରେ।

 

ସର୍ବେ ଘୋଷି ଘୋଷି ମୁଖସ୍ଥ କରନ୍ତି

ବୁଦ୍ଧମ୍ ଶରଣମ୍ ଗଛାମି

ବଳ ବୀର୍ଯ୍ୟ ଘେନି ଅହଙ୍କାର ପଣେ

ନିଜେ ହିଁ ନିଜର ସ୍ବାମୀ ।

 

ରୋଗୀ, ବୃଦ୍ଧ ଦେଖି ପ୍ରତିକ୍ରିୟା ନାହିଁ

ସବୁତ ବିଧାତା ଭିଆଣ

ସନ୍ନ୍ୟାସୀ ଜୀବନ ଆସକ୍ତି ବିହୀନ

ମୃତ୍ୟୁ ତ କରିବେ ବରଣ ।

 

କାମିନୀ ବାସନା କେ କାହୁଁ ତେଜିବ

ପରକୀୟା ପ୍ରତି ଉଛନ୍ନ

ଗ୍ରାହସ୍ତ୍ୟ ଜୀବନ ଅପଣାଇ ସର୍ବେ

ଧନ ଅରଜନେ ମନ ।

 

କାମନା ବିନାଶ ତୁଣ୍ଡେ ଶୁଭୁଥାଏ

ବିନାଶ ର ଲେଶ ନାହିଁ

ଦୁଃଖ ର ବିନାଶ କିଆଁ କାହିଁ ହେବ

ଅର୍ଜିତ ନିଜର ପାଇଁ ।

 

ଆସ ବୁଦ୍ଧ ବାରେ ସ୍ବରୂପ ପ୍ରକଟି

ଭର ତବ ମୁଗ୍ଧ ବାଣୀ

ତବ ଆରଧନେ, ତବ ନୁ ଶରଣେ

କୋଟି ମନ ପ୍ରାଣ ଟାଣି।

 

ହେ ପ୍ରଭୁ ବୁଦ୍ଧ ଆସ ସଂସାରକୁ

ମର୍ତ୍ତ୍ୟ ଭୂମି ଆପଣାଇ

ମୋହକୁ ତୁଟାଇ ମୋକ୍ଷ ପ୍ରାପ୍ତି ହେଲେ

ସଂସାରୁ ତରିବୁ ସାଇଁ ।

ଚିର୍ମା, ନବରଙ୍ଗପୁର

Related posts

ନିରୁପମା ପାଣି ଙ୍କ ଗଳ୍ପ ସ୍ୱପ୍ନରେ ଗଛ ସହ କିଛି ସମୟ

Sunil Chandra Nayak

ଇସ୍ପାତ ସାହିତ୍ୟ ସଂସଦର ବିଶ୍ବ କବିତା ଦିବସ ପାଳିତ

Sunil Chandra Nayak

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!