ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ 

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ 

ବାଲିଗୁଡା, ତା, ୦୯/୦୮:(ମନିସ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି l ଏହି ଚମ୍ପିୟାନସିପ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ l ଏଥିରେ ବାଲିଗୁଡା ସମେତ ସୀତାପଡି, ସୁଣ୍ଡରୁମିଲା,ସଲଗା ପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡା, ବାରଖମା, ସିପାଞ୍ଜିରୀ, ପାଦେରୀପଡା, ବାଲିସୁଗା, ଓ ପାକୁଲଦା ଗ୍ରାମର ଫୁଟବଲ ଦଳ ଯୋଗ ଦେଉଛନ୍ତି l ରବିବାର ଦିନର ପ୍ରଥମ ସେମି ଫାଇନାଲ ମ୍ୟାଚ ସୁଣ୍ଡରୁମିଲା ସହ ସିନ୍ଦ୍ରିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୪-୨ ଗୋଲ ରେ ସିନ୍ଦ୍ରିଗାଁ ଦଳ ବିଜୟୀ ହୋଇଥିଲା l ଏଥିରେ ରେଫେରୀ ଭାବେ ସଞ୍ଜୟ ବେହେରା, ସୂର୍ଯ୍ୟ ନାରାୟଣ ସୁଆର, ଇଲିଆସ ଦିଗାଳ, ମିଥୁନ ନାୟକ ପ୍ରମୁଖ ଉପସ୍ଥିତ ମ୍ୟାଚକୁ ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସେକ ସାଦିକ, ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସୋମବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଆଦିବାସୀ ମହାବିଦ୍ୟାଳୟ ବନାମ ପାକୁଲଦା ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

masiha

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

ମାଁ ଲଙ୍କେଶ୍ୱରୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!