ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ରାଜପଥ ଜଗିଛି ଏଆଇ କ୍ୟାମେରା

ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ରାଜପଥ ଜଗିଛି ଏଆଇ କ୍ୟାମେରା

ଢେଙ୍କାନାଳ – ରାଜପଥରେ ସାବାଡ଼ ହେବେ ଅମାନିଆ ଗାଡ଼ି ଚାଳକ। ଦ୍ରୁତଗତିରେ ମନଇଚ୍ଛା ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବା ହେଉ କିମ୍ବା ବାଇକ୍‌ରେ ୩ ଜଣିଆ ବସି ବୁଲିବା। ସବୁ କିଛି ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା। ଭୁଲ୍ କଲେ ସ୍ୱୟଂଚାଳିତ ଭାବେ ଗଲାଣ କଟିବ। ମୋବାଇଲକୁ ଇ-ଗଲାଣ ଆସିଯିବ । ଢେଙ୍କାନାଳ ଆରଟିଓ ମଧ୍ୟରେ ଲାଗିଛି ୬ ଆଇଏଏସ୍ ୟଂଚାଳିତ ଭାବେ ଉଲ୍ଲଙ୍ଘନକାରୀଙ୍କ ଚାଲାଣ କାଟୁଛି। ସଡ଼କ ଦୁର୍ଘଟଣା କମାଇବା ଲକ୍ଷ୍ୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ରାଜପଥରେ ଇଣ୍ଟେଲିଜେନ୍ସ ମନିଟରିଂ ସିଷ୍ଟମ୍ (ଆଇଏମଏସ୍) ବ୍ୟବସ୍ଥା ଆରମ୍ଭ କରାଯାଇଛି। ରାଜପଥରେ ଏଆଇ କ୍ୟାମେରା ଲଗାଯାଇଛି। ଯେଉଁ ଥିରେ ୫୫ନଂ ଜାତୀୟ ରାଜପ‌ଥର ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ସାମିଲ ହୋଇଛି। ଅଗଷ୍ଟ ୧ ତାରିଖରୁ ଏହି କ୍ୟାମେରାରେ ସ୍ୱୟଂଚାଳିତ ଚାଲାଣ କାଟିବା ଆରମ୍ଭ ହୋଇଯାଇଛି। ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ଯାହା ଚିନ୍ତାର କାରଣ ପାଲଟିଛି। ବ୍ରହ୍ମପୁରରୁ ଦୁର୍ଘଟଣା କମାଇବା ଲକ୍ଷ୍ୟ ନେଇ ପରିବହନ ବିଭାଗଗ ପକ୍ଷରୁ ଏହି ଅତ୍ୟଧୁନିକ ବ୍ୟବସ୍ଥାକୁ ଆପଣା ଜଣା ଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଅତ୍ୟଧିକ ଦୁର୍ଘଟଣା ଘଟୁଥିବା ଘଟୁଥିବା ୪ଟି ରଜପଥ ଯଥା ତପ୍ତପାଣି,ବ୍ରହ୍ମପୁରରୁ ଭଞ୍ଜନଗର,ମଙ୍ଗୁଳିରୁ ସମ୍ବଲପୁର,ସମ୍ବଲପୁରରୁ ରାଉରକେଲା ରାସ୍ତାରେ ଅଇଏମ୍ ଏସ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଏନଏଚ୍-୫୫ ମଙ୍ଗୁଳିରୁ ସମ୍ବଲପୁର ପର୍ଯ୍ୟନ୍ତ ସାମିଲ ଥିବାରୁ ଢେଙ୍କନାଳ ଆର୍‌ଟିଓ ପକ୍ଷରୁ ମଧ୍ୟ ତପ୍ରତା ଦେଖାଯାଇଛି। ଢେଙ୍କାନାଳ ଆରଟିଓ ଗୋବିନ୍ଦପୁରରୁ କଣ୍ଟାବଣିଆମଧ୍ୟରେ ୬ଟି ଆଇଏସ୍ଏସ୍‌ର ପୋଷ୍ଟ ପ୍ରତିଷ୍ଠା କରାଯାଇଛି। ପ୍ରତି ୧୬ କିଲୋମିଟର ବ୍ୟବଧନରେ ଗୋଟିଏ ଲେଖାଏଁ ପୋଷ୍ଟ ରହିଛି। ଉଚ୍ଚକ୍ଷମତା ସମ୍ପନ୍ନ ଏଆଇ କ୍ୟାମେରା ଗୁଡ଼ିକ ବେଶ୍ କିଛି ଦୂରରୁ ଫଟୋ ଉତ୍ତୋଳନ କରିବାର କ୍ଷମତା ରହିଛି। ଦ୍ରୁତଗତିରେ ଗାଡ଼ି ଚଳାଇବା,ହେଲମେଟ୍ ନପିନ୍ଧିବା,୩ ଜଣିଆ ବସିକି ଯିବା ଓ ଭୁଲ୍ ଗାସ୍ତାରେ ଗାଡ଼ି ଚାଳାଇବ ଭଳି ୪ଟି ତ୍ରୁଟିକୁ ଉକ୍ତ କ୍ୟମେରା ଧରିବ। ଏକକଳୀନ ଏକାଧିକ ଗଡ଼ିର ତ୍ରୁଟିକୁ ଚିହ୍ନଟ କରିବାର କ୍ଷମତା ରଖିଛି। ଫଟୋ ଉତ୍ତୋଳନର କିଛି ମିନିଟ୍ ମଧ୍ୟରେ ମୋବଇଲକୁ ଇ-ଟାଲାଣ ପଠାଯାଉଛି। କ୍ଯମେରା ଗୁଡ଼ିକର ସଂଯୋଗ ଭୁବନେଶ୍ଵରରେ ପରିଚାଳନା କରାଯାଉଛି। ଗତ ୧ ତାରିଖରୁ ଆଇଏସ୍ଏସ୍ ବ୍ୟବସ୍ଥାର ଆରମ୍ଭହୋଇଛି। ଚାଲାଣ କାଟିବା ଆରମ୍ଭ ହୋଇଗଲାଣି। ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ରହି ସଚେତନତା କରାଯାଉଛି। ଧିରେଧିରେ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି ହେଲେ,ଗାଡ଼ି ଚାଳନା କ୍ଷେତ୍ରରେ ସୁଧାର ଆସିପାରିବ। ଯାହା ବହୁ ପରିମାଣରେ ଦୁର୍ଘଟଣା କମାଇବ ଏହି ଲକ୍ଷ୍ୟରେ ବିଭାଗ ଏପରି ବ୍ୟବସ୍ଥା ଆରମ୍ଭକରିଥିବା ଆରଟିଓ ଶିବାଶିଷ ସାହୁ କହିଛନ୍ତି। ସୂଚନାଯୋଗ୍ୟ,ପୂର୍ବରୁ ବିଭିନ୍ନ ରାସ୍ତାରେ ପରିବହନ ବିଭାଗ ଓ ପୋଲିସ୍ ପକ୍ଷ ୩ରୁ ଯଞ୍ଚ କରାଯାଇଥିଲା। ଇଣ୍ଟରସେପ୍ଟର ଗାଡ଼ି ଦ୍ବାରା ଚାଲାଣ କଟା ଯାଉଥିଲା। ଯାହା ସବୁ ସମୟରେ ଯାଞ୍ଚ କରିବା ସମ୍ଭବ ହୋଇନଥାଏ। ଅନେକ ଅମାନିଆ ଗାଡ଼ିଚାଳ ଏହାରି ସୁଯୋଗରେ ଆଇନକୁ ଫୁ’କରି ଦ୍ରୁତଗତିରେ ଗାଡ଼ି ଚଳାଇଥାନ୍ତି। ଯାହା ଦୁର୍ଘଟଣାର ମୂଳ କାରଣ ହୋଇଥାଏ। ଏବେ ଏଆଇ କ୍ୟାମେରା ଲାଗିବା ପରେ ଦୁର୍ଘଟଣା ହ୍ରାସ ପଇବାର ଆଶା ରହିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

Sunil Chandra Nayak

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

ପାଠ ପଢିବାକୁ ସହାୟତା ର ହାତ ବଢ଼ାଇଲେ ସାମାଜିକ କର୍ମୀ

Leave a Comment

error: Content is protected !!