ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସମ୍‌ଧି ସମ୍‌ଧେନ୍‌ ହୋ

ସମ୍‌ଧି ସମ୍‌ଧେନ୍‌ ହୋ

ସମ୍‌ଧି ହୋ ମନ୍‌ ଦେଇ ପଢ଼୍‌ବ ଏକ୍‌ଲା 

ଲେଖୁଛେଁ ଗୁପତ୍‌ କଥା

ସମ୍‌ଧେନ୍‌ ଅନ୍‌ଲାଇନ୍‌ କିଲାସ୍‌ ବଂଦ୍‌ କଲେଁ

ବହ ନାଇଁହେତା ବିତ୍‌ବିତା। ୧

 

ତୁମର୍‌ ଟିପି ନାକେଁ ଯେନ୍‌ତା ରଶି ଭିଡ଼ି

ଘିଚୁଥିସନ୍‌ ସମ୍‌ଧେନ୍‌ 

ବହ ଭି ନାକ୍‌ ରଶି ଲଗାଲା’ନ ବାବୁକେ

କହେମି ତାହାକୁଁ ଧଏନ୍‌। ୨

 

ତୁମର୍‌ ପୁଓ ବହ ମାନ୍‌ସନ୍‌ ତୁମ୍‌କୁ ବନ୍‌ଏ

ମୁଇଁ ହେନ୍‌ତା ପାଉଛେଁ ପୂଜା

ଦୁଇଦିନିଆଁ ସୁଖ୍‌ କାଏଲ୍‌ ଯିବେ ପୁଓ ବହ

ସମ୍‌ଧେନ୍‌ ଦେବା ଫେର୍‌ ସଜା। ୩

 

ମାହାଁ ହୋ ସମ୍‌ଧି ଭାଏଗ୍‌ ତୁମର୍‌ ବନ୍‌ଏ

ସମ୍‌ଧେନ୍‌ ଏଭେଁ ଭି ଧାଂଗ୍‌ରି

କିଏ କହେବା ତାହାକୁଁ ଝି ବଟାଲେ’ନ

ପାଇଥିଲ ତପସ୍ୟା କରି। ୪

 

ତୁମେ ସିନା ସମ୍‌ଧି ତାକଁର୍‌ ପୁଷା ଜଁତୁ

ହେଲେଁ ମୁଇଁ ବଡ଼୍‌ କୁନୁଆଁ 

ହର୍‌ମିଶା ମୋର୍‌ ବନ୍‌ଏ ଅସାର୍‌ ପଚାରି

ଦେଖୁଥିସନ୍‌ ଲୁକ୍‌ନିଆଁ। ୫

 

ମତେ ନାଇଁସହେ ତୁମର୍‌ ସମ୍‌ଧେନ୍‌ ସିନା

କରିଛେ ତମ୍‌କୁ ଜପାମାଲି

ତୁମର୍‌ ଦେଲା କପ୍‌ଟା ଫି ଦିନେ ଘାଏ ପିଂଧି

ମତେ ପଏର୍‌ଛା ଯାଉଛେ ଭୁଲି। ୬

 

ଆସ ହୋ ମହାରାଜ୍‌ ସଭେ ମିଶିକରି

ବୁଲିଯିମା ନର୍‌ସିଂହ୍‌ନାଥ୍‌ 

ଚାଲ୍‌ଧାରେଁ ଗାଧି ଦେଖ୍‌ମା ମାହାପୁରୁକେ

ଖାଏମା ହରିହର୍‌ ପଂଗତ୍‌ ଭାତ୍‌। ୭

ଗଅଁଲିଆ କବି ସୁଧୀର୍‌ ପଁଡ଼ା।

Related posts

ରାଇଘର – ଉମରକୋଟ, ରାଇଘର – କୁନ୍ଦେଇ ରାସ୍ତା ଶୋଚନୀୟ 

Sunil Chandra Nayak

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

ଅବ୍ଯବସ୍ତା ଘେରରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ

Sunil Chandra Nayak

Leave a Comment

error: Content is protected !!