ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ  ଧର୍ମଗଡ଼ ରେ ମେଗା ଜନଶୁଣାଣି ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର

୮୦ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ  ଧର୍ମଗଡ଼ ରେ ମେଗା ଜନଶୁଣାଣି ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର

ଧର୍ମଗଡ଼ : ୮୦ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଧର୍ମଗଡ଼ ଉପଖଣ୍ଡରେ ଉପଜିଲ୍ଲାପାଳ ମିସ୍ ପ୍ରେକ୍ଷ୍ୟା ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଏକ ବ୍ୟାପକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମେଗା ଜନଶୁଣାଣି, ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଜନଶୁଣାଣି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଖଣ୍ଡ ଅଧୀନ ସମସ୍ତ ତହସିଲଦାର, ବିଡିଓ, ସିଡିପିଓଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଓ ଆବେଦନ ଶୁଣାଣି କରିଥିଲେ। ଏହି ଜନଶୁଣାଣିରେ ମୋଟ ୧୧୫ଟି ଅଭିଯୋଗ ଗ୍ରହଣ କରାଯାଇ ଏହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ସହିତ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହଯୋଗରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୧୫୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବିଶେଷ ଭାବେ ଧର୍ମଗଡ଼ ଏନ୍‌ଏସିର ସମସ୍ତ ସଫେଇ କର୍ମଚାରୀଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟ ପରୀକ୍ଷାରେ ସାମିଲ କରାଯାଇଥିଲା।

ଅନୁଷ୍ଠିତ ରକ୍ତଦାନ ଶିବିରରେ ମଧ୍ୟ ଜନସାଧାରଣ ଓ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି ଶିବିରରୁ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଅନ୍ୟମାନଙ୍କ ଜୀବନ ରକ୍ଷାରେ ସହଯୋଗ କରିବା ପାଇଁ ଉପସ୍ଥିତ ରକ୍ତଦାତାମାନେ ଆଗେଇ ଆସିଥିଲେ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ସମସ୍ତ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ଜନତାଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଜନସାଧାରଣଙ୍କ ସମସ୍ୟା ଶୁଣିବା, ସେମାନଙ୍କୁ ତ୍ୱରିତ ପ୍ରଶାସନିକ ସେବା ଯୋଗାଇବା ସହିତ ସ୍ୱାସ୍ଥ୍ୟ ସଚେତନତା ଓ ରକ୍ତଦାନ ଭଳି ସାମାଜିକ କାର୍ଯ୍ୟକୁ ଏକତ୍ରିତ କରି ଏପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଧର୍ମଗଡ଼ ଉପଖଣ୍ଡବାସୀ ଉପଜିଲ୍ଲାପାଳଙ୍କ ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏପରି ଜନମୁଖୀ ଓ ମାନବିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏମ୍ ବିଏ ଓ ଏମ୍ ଏସ୍ ସି କମ୍ପ୍ୟୁଟର ସାଇନସ୍ ବୃତ୍ତିଗତ ଶିକ୍ଷା ବିଭାଗ ପକ୍ଷରୁ ଏକଦିବସୀୟ ଆଲୋଚନାଚକ୍ର-୨୦୨୫ ଉଦ୍ ଯାପିତ 

Sunil Chandra Nayak

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର 

Sunil Chandra Nayak

Leave a Comment

error: Content is protected !!