ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

ଚିଲକପୁର ବସଷ୍ଟାଣ୍ଡ ରେ ମଟର ସାଇକେଲ ଦୁର୍ଘଟଣା ୩ ଗୁରୁତର

ଜୁନାଗଡ ୧୨ /୮ ( ମନୀ ସ) ଜୁନାଗଡ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମ ପଞ୍ଚାୟତର ଚିଲକପୁର ବସ ଷ୍ଟାଣ୍ଡ ସମ୍ମୁଖରେ ଏକ ମଟର ସାଇକେଲ ଦୁର୍ଘଟଣା ଆଜି ସନ୍ଧ୍ୟା ୬ ଟାରେ ଦେଖିବାକୁ ମିଳିଥିଲା । ଦୁଇଟି ଯାଜ ସାମ୍ନା ସାମ୍ନି ଦୁର୍ଘଟଣା ଘଟିଥିବାରୁ ତିନି ଜଣ ଝିଟିକି ପଡି ରାସ୍ତା ରେ ପଡିଯାଇଥିଲେ ।ପ୍ରକାଶ ଥାଉକି ଗୋଟିଏ ମଟର ସାଇକେଲରେ ଦୁଇ ଜଣ ଆଉ ଗୋଟିଏ ମଟର ସାଇକେଲରେ ଜଣେ ଥିଲେ ।ସେଥି ମଧ୍ୟରୁ ଚିଲକପୁର ଗ୍ରାମର ପ୍ରଦୀପ ଚଣ୍ଡି ୨୬ ଚିଲକପୁର ଲେଞ୍ଜ।ପଡା ର କୁଶ ସୁନାନୀ ୨୬ ଏବଂ ମହିଚଳାର ଖୁସିରାମ ମାଝି ୪୫ ବୋଲି ଜଣା ପଡ଼ିଛି । ଗୁରୁତର ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ଖୁସିରାମ ମାଝି କୁ ଚିଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।ପରେ ତାଙ୍କୁ ଅନ୍ୟ ଡାକ୍ତର ଖାନାକୁ ପଠାଯାଇଥିଲା ।ସେହିପରି କୁଶ ସୁନାନୀ ଏବଂ ପ୍ରଦୀପ ଚଣ୍ଡି କୁ ଜୁନାଗଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।ପ୍ରାଥମିକ ଚିକିତ୍ସା ପରେ ପ୍ରଦୀପ ଚଣ୍ଡି କୁ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶ୍ବ ମଧୁମେହ ତଥା ବିଶ୍ବ ଏଡ୍.ସ୍ ଦିବସ ପରିପ୍ରେକ୍ଷିରେ ବିଭିନ୍ନ ପ୍ରତିଯୋଗୀତା ପାଳିତ

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଚାଚେରବେଙ୍ଗ ଗସ୍ତ 

masiha

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!