ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘଟଗାଁ ମା’ ତାରିଣୀ ପିଠିରେ “ଓଡିଶା ବ୍ରାହ୍ମଣ ମହାସଂଘ” ର ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ବୈଠକ 

ଘଟଗାଁ ମା’ ତାରିଣୀ ପିଠିରେ “ଓଡିଶା ବ୍ରାହ୍ମଣ ମହାସଂଘ” ର ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ବୈଠକ 

  ରାଇରଙ୍ଗପୁର – ଓଡିଶା ବ୍ରାହ୍ମଣ ମହାସଂଘ ତରଫରୁ ୨୭ ତମ ରାଜ୍ଯ କାର୍ଯ୍ଯକାରିଣୀ ପରିଷଦ ର ଅଧିବେଶନ ରାଜ୍ଯ ସଭାପତି ଡକ୍ଟର ସଦାନନ୍ଦ ଦୀଖିତ ସଭାପତିତ୍ବରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ପ୍ରାଙ୍ଗଣ କଲ୍ଯାଣ ମଣ୍ଡପ ଠାରେ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ଯରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଧିବେଶନରେ ଗତ ଅଧିବେଶନରେ କରାଯାଇଥିବା ନିଷ୍ପତ୍ତି, ପ୍ରସ୍ତାବ ଗୁଡିକର କାର୍ଯ୍ଯକାରୀ ଓ ଅଗ୍ରଗତି ବିଷୟରେ ଆଲୋଚନା ସହିତ ଆଗାମୀ ଦିନରେ ନିଆଯାଇଥିବା କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ଅଧିବେଶନ ରେ ଓଡିଶା ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା ମୟୂରଭଞ୍ଜ ସଭାପତି ତରୁଣ କୁମାର ନନ୍ଦ, ପ୍ରଭାସ ପ୍ରହରାଜ, ସୁଶାନ୍ତ କୁମାର ଶର୍ମା, ହେମନ୍ତ କୁମାର ଶତପଥୀ, କୁପାସିନ୍ଧୁ ପଣ୍ଡା ଓ ଗଣେଶ ଚନ୍ଦ୍ର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣ ମହାସଭା ପରିଚାଳନାରେ ସହଯୋଗ କରିଥିଲେ l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

କୁସୁମିରେ ବାଲି ଯାତ୍ରା ଆରମ୍ଭ 

masiha

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

Sunil Chandra Nayak

Leave a Comment

error: Content is protected !!