ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ। ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ବୈଠକ

ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ …

ଭବାନୀପାଟଣା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାର ଚଳିତ ବର୍ଷର ପ୍ରଥମ ଜିଲ୍ଲା ଯୋଜନା କମିଟିର ବୈଠକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମାନନୀୟ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ସୁଧୀରା ମେହେର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ଜିଲ୍ଲା ଯୋଜନା କମିଟିର ସଭ୍ୟ ଓ ସଭ୍ୟା, ସଂସଦ ଏବଂ ବିଧାୟକଙ୍କର ମନୋନୀତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଆରମ୍ଭରେ ଶ୍ରୀ ଦରୱାନ ଜିଲ୍ଲା ଯୋଜନା କମିଟିର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର ଉପ ନିର୍ଦେଶକ ଶ୍ରୀକାନ୍ତ ଦଳେଇ ୨୦୨ ୬-୨୦୨୭ ଯୋଜନା ଆର୍ଥିକ ବର୍ଷ ପାଇଁ ସର୍ବମୋଟ ୪୩୧୮.୬୫ କୋଟି ଟଙ୍କାର ବିତ୍ତିୟ ବିବରଣୀର ମଂଜୁରୀ ପାଇଁ ସଭାରେ ଉପସ୍ଥାପନ କରିଥିଲେ ।

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ପଟ୍ଟଯୋଶୀ ଜିଲ୍ଲାର ଜଳ ସେଚନ, ରାସ୍ତା, ପାନୀୟ ଜଳ, ଗମନା ଗମନ, ସ୍ବାସ୍ଥ୍ୟ, ଶିକ୍ଷା ଓ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦ ସଭାପତି ମାନ୍ୟବର ପୁଷେନ୍ଦ୍ର ସିଂଦେଓ ବିଭାଗୀୟ ଅଧିକାରୀମାନଙ୍କୁ ଠିକ ସମୟରେ ଓ ସଠିକ ଭାବରେ ଲୋକଙ୍କ ଅସୁବିଧାକୁ ସୁଚାରୁ ରୂପେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।ନର୍ଲା ବିଧାୟିକା।ଶ୍ରୀମତୀ ମନୋରମା ମହାନ୍ତି ଜିଲ୍ଲାରେ ଥ‌ିବା ଆର. ଡି. ଏବଂ ଆର.ଆଣ୍ଡ.ବି ର ସମସ୍ତ ରାସ୍ତାର ସଠିକ ରକ୍ଷଣା ବେକ୍ଷଣ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ ।

ଉପସ୍ଥିତ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଓ ସଦସ୍ୟା ନିଜ ନିର୍ବାଚିତ ମଣ୍ଡଳୀର ସମସ୍ୟାର ସୁଚାରୁରୂପେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସଭା ଶେଷରେ ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଶୀ ଆର୍ଥିକ ବର୍ଷ-୨୦୨୬-୨୦୨୭ ସମଗ୍ର ଜିଲ୍ଲାର ବାର୍ଷିକ ଖସଡ଼ା ସର୍ବମୋଟ ୪୩୧୮,୬୫ କୋଟି ସର୍ବସମ୍ମତି ରେ ଅନୁମୋଦନ କରିଥିଲେ। ଶେଷରେ ଶ୍ରୀ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

masiha

ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!