ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଳକୂପ ଅଚଳ, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ

ନଳକୂପ ଅଚଳ, ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ

ସିନାପାଲି, ୧୯/୮: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗହନା ଛକରେ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଛି ନଳକୂପ। ପାନୀୟ ଜଳର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ଲୋକେ ଏହି ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଏହା ଅଚଳ ହୋଇଯିବାରୁ ସ୍ଥାନୀୟ ଲୋକେ ଏବେ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ନଳକୂପଟି ଅନେକ ଦିନ ହେଲା ଖରାପ ହୋଇଥିଲେ ମଧ୍ୟ ଏହାର ମରାମତି ହେଉନାହିଁ। ସମସ୍ୟା ସମ୍ପର୍କରେ ବାରମ୍ବାର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି।

ନଳକୂପ ଅଚଳ ହୋଇ ରହିବା ଯୋଗୁଁ ଛକ ନିକଟବର୍ତ୍ତୀ ଲୋକଙ୍କୁ ଦୂରଦୂରାନ୍ତରୁ ପାଣି ଆଣିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ମହିଳା ଓ ଛୋଟ ପିଲାମାନେ ଅଧିକ ଅସୁବିଧା ଭୋଗୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ନିରାପଦ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଚଚରାଭଟା ଗହନା ଛକରେ ଦୀର୍ଘଦିନ ଧରି ନଳକୂପ ଅଚଳ ହୋଇ ରହିବା ଘଟଣା ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନ ଉଠାଇଛି।

ସ୍ଥାନୀୟ ଲୋକେ ଏନେଇ ତୁରନ୍ତ ନଳକୂପର ଯାଞ୍ଚ କରି ଆବଶ୍ୟକ ମରାମତି କାର୍ଯ୍ୟ କରିବା ସହ ପୁନଃ ପାଣି ଯୋଗାଣ ସ୍ୱାଭାବିକ କରିବାକୁ ଦାବି କରିଛନ୍ତି। ଏଥିସହ ସମସ୍ୟା ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଲୋକେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।

Related posts

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

Sunil Chandra Nayak

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ ଡ ଏନ୍ ତିରୁମାଲା ନାଏକ ଙ୍କ ଗସ୍ତ ର ଦ୍ୱିତୀୟ ଦିନ ଓ ଜିଲ୍ଲା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ 

Sunil Chandra Nayak

Leave a Comment

error: Content is protected !!