ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର 

ବୁଗୁଡ଼ା, ୨୦/୮ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ନିର୍ବାଚନ ସାକ୍ଷରତା କ୍ଲବ ପକ୍ଷରୁ ନିର୍ବାଚନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ସଚେତନତା ଶିବିରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଏବଂ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ(AERO) ତଥା ବୁଗୁଡ଼ା ତହସିଲଦାର ତାପସ ରାଉତ ଯୋଗ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିର୍ବାଚନ ବିଷୟରେ ସଚେତନତା ହେବା ଜରୁରୀ ବୋଲି ପ୍ରକାଶ କରିଥିଲେ। ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିର୍ବାଚନରେ ଭୋଟ ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ବୋଲି ଦୁଇ ଅଧିକାରୀ ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ। ୧୮ ବର୍ଷ ପରେ ଭୋଟ ଦେବାର ଅଧିକାର ଥିବାବେଳେ ଭୋଟର ତାଲିକାରେ ନିଜର ନାମ ସଂଯୋଗ କରିବାକୁ ପରାମର୍ଶ ଦେବାସହ ନିର୍ବାଚନ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଶିକ୍ଷିତ ଓ ସଚେତନ ନାଗରିକ ଭାବେ ଭାରତର ଗଣତାନ୍ତ୍ରିକ ପଦ୍ଧତିକୁ ସୁଦୃଢ଼ କରିବା ପାଇଁ ନିର୍ଭୟ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ପ୍ରିନସପାଲ ଗୋପୀନାଥ ମହାନ୍ତି ଉପସ୍ଥିତ ଥିବାବେଳେ କଲେଜର ଅନ୍ୟ ସମସ୍ତେ ସହଯୋଗ କରିଥିଲେ।

Related posts

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

ଧର୍ମଗଡ଼ ପାଇଁ ଗୌରବ ଆଣିଲେ ପଶ୍ଚିମ ଓଡିଶା ଟପ୍ପର କୌଶିକ ସାହୁ : ଜେ ଇ ଇ ଆଡଭାନ୍ସ ପରୀକ୍ଷା ସର୍ବ ଭାରତୀୟ ସ୍ତରରେ ରଖିଲେ ୪୩୮ ରାଙ୍କ

Leave a Comment

error: Content is protected !!