ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ରୁପ୍ରା, 21/8 (ଅଜୟ ସେନାପତି) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅନ୍ତର୍ଗତ ମୁସ୍କୁଟି ଗ୍ରାମର ଯଶସ୍ୱୀ ବୈଦ୍ୟ ସ୍ୱର୍ଗତ ଆନନ୍ଦ ନାଏକଙ୍କ ସୁପୁତ୍ର ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ (94ବର୍ଷ) ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇ ଘରେ ରହିଥିଲେ। 1970 ମସିହାରେ ଉକ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଓ ଭିତ୍ତିଭୂମି ଠିକ୍ ନଥିବାରୁ ଶିକ୍ଷାନୁଷ୍ଠାନ ଗଠନ ଦିଗରେ ନିଜର ଭୂମିଦାନ କରି ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ନିର୍ମାଣ କ୍ଷେତ୍ରରେ ତାଙ୍କର ପରିବାରର ଉଲ୍ଲେଖନୀୟ ଅବଦାନ ପାଇଁ ଆଜିବି ମନେପଡୁଛନ୍ତି । ତାଙ୍କ ପଛରେ ଭାଇ ତୁମେଶ୍ୱର ନାଏକ, ଭାଇବୋହୁ ଗାନ୍ଧାରୀ ନାଏକ, ଛଅ ପୁଅ ଦ୍ୱାରିକା ନାଥ, ରଜନୀ, ଡୋଳାମଣି, ସନ୍ତୋଷ, ଫାଲଗୁନୀ ଓ ତରଣୀ, ପୁତ୍ରବଧୁ ସେବତୀ, ଲବଙ୍ଗ, ମଞ୍ଜୁଳା, ମୀନା, ଲୟା ଓ ପିଙ୍କି, ପୁତୁରା ଦଶରଥ, ଗୋବର୍ଦ୍ଧନ, ରବିଚନ୍ଦ୍ର, ହୃଷିକେଶ, କୁବେର, ଦେବରାଜ ଓ କରୁଣା, ନାତି ନାତୁଣୀ ଗୀତା, ବବି, ନିବେଦିତା, ସ୍ମୃତି, ଜହରଲାଲ୍, ଇନ୍ଦ୍ରଜିତ, ରଣଜିତ୍, ସଲିମ୍, ବିବେକ, ମାନସ ଓ ତାପସ୍, ପଣନାତି ରିତିକ୍, ନୈତିକ ଓ ଶର୍ମିଷ୍ଠାଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ତାଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶୋକାକୂଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ । ନିଜ ଜମିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା, ବଡପୁଅ ଦ୍ୱାରିକା ନାଥ ମୁଖାଗ୍ନି ଦେଇଥିଲେ।

Related posts

ମହାବିଦ୍ୟାଳୟ / ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଦାବି ନେଇ ଅଖିଳ ଭାରତୀୟ ଛାତ୍ର ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

ନୂଆପଡ଼ାରେ ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!