ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସୁରକ୍ଷା ସଚେତନତା ନେଇ ଛଣୁଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ଯକ୍ରମ 

ପରିବେଶ ସୁରକ୍ଷା ସଚେତନତା ନେଇ ଛଣୁଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ଯକ୍ରମ 

ରାଇରଙ୍ଗପୁର – (ଅକ୍ଷୟ ବିଶ୍ଵାଳ) ୨୧/୦୮ କୁସୁମି ବ୍ଲକ ଚୁଆପାଣି ପଞ୍ଚାୟତ ଅଧିନ ଛଣୁଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଚୁନୁରାମ ମହାନ୍ତ ଯୋଗ ଦେଇ ପ୍ରକୃତିର ସନ୍ତୁଳନ ପାଇଁ ସବୁଜ ବଳୟ ଗଠନ ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଭୂମିକା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଇ-ବାୟୋଟରିୟମ ସଦସ୍ୟା ନୀରବତୀ ମହାନ୍ତ, ଶିକ୍ଷକ ନିତ୍ୟାନନ୍ଦ ଗିରି, ଶିକ୍ଷକ ସୁଦାମ ଚରଣ ମହାନ୍ତ,ଶାନ୍ତିଲତା କୁଅଁର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆନନ୍ଦମାର୍ଗ ସଂଗଠନର ଧର୍ମ ପ୍ରଚାରକ ତଥା ସମାଜସେବୀ ଶରତଚନ୍ଦ୍ର ମହାନ୍ତ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ପଥପ୍ରାନ୍ତ ବନୀକରଣ,କୃଷିକ୍ଷେତ୍ରୀୟ ବନୀକରଣ ତଥା ପୁନଃ ବନୀକରଣ ମାଧ୍ୟମରେ ଅଧିକରୁ ଅଧିକ ବୃକ୍ଷରୋପଣ କଲେ ଧରିତ୍ରୀକୁ ବିଶ୍ୱତାପନରୁ ରକ୍ଷା କରାଯାଇପାରିବ। ଶେଷରେ ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା, ଜୀବନ ରକ୍ଷା,ସବୁଜ ସୁନ୍ଦର ପରିବେଶ,ସଭିଙ୍କ ପାଇଁ ଗୋଟିଏ ଗଛ, ଜମି ନ ରଖ ପଡ଼ିଆ, ଲଗାଅ ପଣସ ନଡ଼ିଆ ଆଦି ସଚେତନଡା ମୂଳକ ସ୍ଲୋଗାନ ଦେଇ ସଭିଁଙ୍କୁ ସଚେତନ କରାଇଥିଲେ। କାର୍ଯକ୍ରମକୁ ଦୁବରାଜ ମହାନ୍ତ,ମମତା ମାଝୀ,ସାଲଗେ ମୁର୍ମୁ, ପୁଷ୍ପାଞ୍ଜଳି ପାତ୍ର,ପ୍ରୀତି ବିନ୍ଧାଣୀ,ଚନ୍ଦନ ବାଗେ, ସାଲଖୁ ନାଏକ,ପଲ୍ଲିଶ୍ରୀ ମୁର୍ମୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Related posts

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ପାଳତ 

masiha

ଆସ୍ଥା ତରଫରୁ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!