ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନିଲାବାଡ଼ିରେ ବିଜେପିର ମିଶ୍ରଣ ପର୍ବ ୨୫୦ ରୁ ଅଧିକ କଂଗ୍ରେସ ଛାଡି ବିଜେପିରେ ସାମିଲ , ୨- ବାଇକ ଦୁର୍ଘଟଣା ଦୁଇଜଣ ଆହାତ 

ନିଲାବାଡ଼ିରେ ବିଜେପିର ମିଶ୍ରଣ ପର୍ବ ୨୫୦ ରୁ ଅଧିକ କଂଗ୍ରେସ ଛାଡି ବିଜେପିରେ ସାମିଲ 

ବନ୍ଧୁଗାଁ ତା ୨୨/୮/୨୬,ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତ ର ମା ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ବାହାରରୁ ଆସିଥିବା ମୁଖ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଭଵ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଓ ମୁଖ୍ୟ ଅତିଥି ମାନଙ୍କୁ ନିଜ ନିଜ ଆସନ ଗ୍ରହଣ କରାଜିବା ପରେ ମୁଖ୍ୟ ଅତିଥି ମାନେ ଦଳର କାରୁକାର୍ଯ୍ୟ ଓ ଶାସନ ବିଷୟରେ କିଛି କିଛି ମନ୍ତବ୍ୟ ରଖିଥିଲେ I ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଆଜି ନୀଲାଵାଡି ଗ୍ରାମବାସୀ କଂଗ୍ରେସ ଛାଡି ବିଜେପିରେ ଅତି କମରେ ୨୫୦ ରୁ ଅଧିକ କର୍ମୀ ଯୋଗଦାନ ଦେଇଛନ୍ତି I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରଭାରି ଓ ତଥା ରାଜ୍ୟ ଉପ ସଭା ପତି ଶ୍ରୀ ଯୁକ୍ତ ଭବେନ୍ଦ୍ର ପଣ୍ଡା,କୁମ୍ଭାରି ପୁଟ ମଣ୍ଡଳ ପ୍ରଭାରି ସରତ ପାତ୍ର, ବନ୍ଧୁଗାଁ ମଣ୍ଡଳିର ପ୍ରଭାରି ଶ୍ରୀ ମଙ୍ଗଳ ମଣି ତୁରୁକ,ଓଡ଼ିଶା ରାଜ୍ୟ ବିଜେପି ଏ ଜି ଡି, ପ୍ରବକ୍ତା ମେମ୍ବର ତଥା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା,ଓ କୋରାପୁଟ ଜିଲ୍ଲା ର ସାଧାରଣ ସମ୍ଫାଦକ ଶ୍ରୀ ଉଦୟ ହିକକା, ବନ୍ଧୁଗାଁ ବ୍ଲକର ଯୁବ ମର୍ଚା ସଭାପତି ଜଳେନ୍ଦ୍ର ସାହୁ, କୁମ୍ଭାରି ପୁଟ ମଣ୍ଡଳିର ମଣ୍ଡଳ ସଭାପତି ଦାସ ମେଲେକା, ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସାଧାରଣ ସମ୍ଫାଦକ ସୁରେଶ ପଣ୍ଡିତ,ଅନ୍ୟାନ୍ୟ ଶତାଧିକ କର୍ମୀ ଉପସ୍ଥିତ ହୋଇଥିଲେ I କିଛି ଲୋକଙ୍କ ମନ୍ତବ୍ୟ କି ଆମ୍ଭେ ନିଲାବାଡ଼ି ଗ୍ରାମବାସୀ ବହୁ ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ଭାବରେ ରହି ନିଜ ନିଜ ଦାୟୀତ୍ୱ ତୁଳାଇବା ସହ ଦଳ ତରଫୋରୁ ଯାହା ଦାୟୀତ୍ୱ ଦେଉଥିଲେ ସକ୍ରିୟ ଭାବରେ ଦଳରେ ରହି ଆସୁଥିଲୁ କିନ୍ତୁ ଆମକୁ କଂଗ୍ରେସ ଦଳରେ କୌଣସି ପ୍ରକାର ଭାବରେ ଦଳୀୟ କର୍ମୀ ଭାବରେ ଭାବିନଥିଲେ କି ଆମର କୌଣସି ଦୁଃଖ ସୁଖ ରେ ଦଳୀୟ କର୍ମୀ ମାନେ ଆମ ପାଖକୁ ପହଁଞ୍ଚିନଥିଲେ I ଆମ୍ଭ ମାନଙ୍କୁ ଏକ ତରଫା ଭାବରେ ଅଣଦେଖା କରିବା ସହ କଂଗ୍ରେସ ଦଳର ଯେ କୌଣସି ବୈଠକରେ ଆମ୍ଭଙ୍କୁ ଡାକୁନଥିଲେ ଓ ବାହାରୁ ଆସୁଥିବା କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ଭେଟିବା ପାଇଁ ମଧ୍ୟ ଆମ୍ଭକୁ ସୁଯୋଗ ଦେଉନଥିଲେ ଏହି ସବୁ କାରୁକାଳ ବ୍ୟବହାର ଆମ୍ଭଙ୍କୁ ଦେଖାଇବା ଫଳରେ ଆମ୍ଭେମାନେ ଆଜି ବାଧ୍ୟ ହୋଇ କଂଗ୍ରେସ ଦଳକୁ ସବୁଦିନ ପାଇଁ ଛାଡି ବିଜେପି ଦଳରେ ସାମିଲ ହେଲୁ ବଲି ଗଣ ମାଧ୍ୟମକୁ ଜଣାଇଚନ୍ତି I ଏଥିସହ ପୂର୍ବେ ଆମ୍ଭେ କଂଗ୍ରେସ ଦଳରେ ରହି ଯେପରି କାର୍ଯ୍ୟ ତୁଳାଉଥିଲୁ ବର୍ତମାନ ମଧ୍ୟ ସେହିପରି ଭାବରେ ବିନା ସ୍ୱାର୍ଥରେ ବିଜେପି ଦଳର ସମସ୍ତ ଦାୟୀତ୍ୱ କୁ ନିଜ ଦାୟୀତ୍ୱ ଭାବି ତୁଳାଇବୁ ବଲି କହିଛନ୍ତି I ରାଜୁ ନାୟକ,ବୁଲୁ ଭତରା, ସରତ କନ୍ଦପାନ, ଅମିତ କନ୍ଦପାନ, ସୁଶାନ୍ତ କନ୍ଦପାନ ଦୁର୍ଯ୍ୟ ଖରା ଓ ବହୁ କର୍ମୀ ରହିଥିଲେ I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

ବାଇକ ଦୁର୍ଘଟଣା ଦୁଇଜଣ ଆହାତ 

ବନ୍ଧୁଗାଁ ତା, ୨୧/୮/୨୬,ଗତକାଲି ରାତି ପ୍ରାୟ ୭ ଘଟିକା ସମୟରେ ଦୁଇଜଣ ବ୍ୟକ୍ତି ଗୋଟେ ଏଚ ଏଫ ଡିଲକ୍ସ ମୋଟର ସାଇକେଲ ଗାଡି ନମ୍ବର ଓଡି ୧୮ ଡି ୨୭୦୭ ରେ କୁମ୍ଭାରି ପୁଟ ପଞ୍ଚାୟତ ର ଗିଣିଜୀ ଖାଲ ଗ୍ରାମରୁ କତାଗୁଡା ଗ୍ରାମ ରାସ୍ତା ଦେଇ ଯାଉଥିବା ବେଳେ ସାମ୍ନା ପଟୁ କତାଗୁଡା ଗ୍ରାମରୁ ଦୁଇଭାଇ ମିଣିୟାକା କମୁଲୁ କୁ ଗିଣିଜୀ ଖାଲ ଛାଡିବା ପାଇଁ କମ୍ବୁଲୁର ଭାଇ କତାଗୁଡା ଗ୍ରାମର ମିଣିୟାକା ବାଇ ଦୁଇଜଣ ମିଶି ଯାଉଥିଲେ ସାମ୍ନା ପଟୁ ଗାଡି ଆସି ଦୁଇ ଭାଇଙ୍କୁ ଧୋକା ଦେବା ଫଳରେ ଦୁଇ ଭାଇ ଛିନ୍ନ ଛତର ହୋଇ ପଡିଥିଲେ I ବାଇକ ଧୋକା ଯୋଗୁଁ କମ୍ବୁଲୁଙ୍କ ଗଡ଼ ଭାଙ୍ଗି ଯାଇଥିବାର ବନ୍ଧୁଗାଁ ଡାକ୍ତରଙ୍କ ଦ୍ୱାରା ଜାଣିବାକୁ ପାଇଥିଲୁ I ଗାଡିର ଦୁର୍ଘଟଣା ଖବର ଶୁଣି କିଛି ବ୍ୟକ୍ତି ଉକ୍ତ ସ୍ଥାନକୁ ପହଁଞ୍ଚି ବନ୍ଧୁଗାଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଦୁଇ ଆହାତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ I ବନ୍ଧୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ କମ୍ବୁଲ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କୋରଗଲା I ବାଇକ ଚାଳକ କୋତାଗୁଡା ଗ୍ରାମର ବଲି ଜଣା ପଡିଛି କିନ୍ତୁ ବାଇକ ଚାଳକ ର ନାମ ଜଣା ପଡିନାହିଁ I ବାଇକ ଚାଳକ ନିଶାରେ ଥିବାରୁ ଯୋଗୁଁ ଭାରସାମ୍ୟ ହରାଇ ଦୁଇ ଭାଇଙ୍କୁ ଧୋକା ଦେଇଥିବାର ବିଷୟ ବିଶେଷ ସୂତ୍ରରୁ ଜାଣିବାକୁ ପାଇଛୁ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସଚ୍ଚିଦାନନ୍ଦ ଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ

masiha

ଡମ୍ବବସା ଆମ୍ବ ତୋଟାରେ ଶୀତଳ ଷଷ୍ଠୀ ଯାତ୍ରା

Sunil Chandra Nayak

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!