ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧-!ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ୨- ୬ ଲିଟର ବିଦେଶୀ ମଦ ଜବତ , ଆସାମୀ ଗିରଫ ,୩- କୁଟୁଣିଆ ଘର ଭାଙ୍ଗିଯିବାରୁ ମାନସିକ ଭାବେ ଭାଙ୍ଗିପଡି ଭଙ୍ଗା ଘରେ ଯୁବକଙ୍କ ଆତ୍ମହତ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା

କାମାକ୍ଷାନଗର – ପରଜଙ୍ଗ ବ୍ଲକରେ ଆମ୍ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ପଙ୍କଜ ନାୟକ ଓ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ବିଭିନ୍ନ ପଞ୍ଚାୟତରେ କୃଷକ ମାନଙ୍କ ସମସ୍ୟା, ସରକାରୀ ବିଦ୍ୟାଳୟ, ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଗମନାଗମନ, ବିଶେଷକରି ରୋଜଗାର ନପାଇ ଦାଦନ ଅପେକ୍ଷାରେ ଥିବା ଯୁବାବର୍ଗଙ୍କ ସହିତ ସମ୍ପର୍କ କରିଥିଲେ। ଖାଦ୍ୟ ସାମଗ୍ରୀ ଯଥା : ଚିନି, ଅଦା, ରସୁଣ, ପିଆଜ, ଖାଇବା ତେଲ ଇତ୍ୟାଦିର ଦରଦାମ୍ ହୁ ହୁ ହୋଇ ବଢ଼ି ଚାଲିଛି। ସାଧାରଣ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ପରିବାର ଏହାର ଶିକାର ହେଉଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ସହିତ ଇଥାନାଲ ମିଶ୍ରଣ କରିବା ଯୋଗୁଁ ଚିନି ଉପ୍ତାଦନ କମିଛି ଏବଂ ଭାରତରେ ଚିନିର ଉତ୍କଟ ସଙ୍କଟ ତିଆରି କରାଯାଇଛି। ଏହି ଇଥାନାଲ ମିଶ୍ରିତ ପେଟ୍ରୋଲ କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ପରିବାରକୁ ସାହାଯ୍ୟ କରିବାପାଇଁ କେନ୍ଦ୍ର ବିଜେପି ସରକାରଙ୍କର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ପ୍ରକାଶ ଥାଉକି, ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରୁ ଓଡ଼ିଶା ସହପ୍ରଭାରୀ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ଲକରେ ସଂଗଠନ କରିବା ଏବଂ ଆମ୍ ଆଦମୀ ପାର୍ଟିର ନୀତିଆଦର୍ଶ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜନ କଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଜନ ଜନ ପହଞ୍ଚାଇବା ପାଇଁ ସୁନୀଲ ପାଣି, ଆଶିଷ ଆୟଚ, ଯୁଧିଷ୍ଠିର ବିଶ୍ୱାଳ, ବିକାଶ ସାହୁ, କୈଳାଶ ସାହୁ, ଲିଙ୍ଗରାଜ ସାହୁ, ମିହିର, ପ୍ରକାଶ ପ୍ରମୁଖଙ୍କ ସହିତ ଅନେକ ଯୁବକ ପାର୍ଟି ସହିତ ଯୋଡ଼ିହୋଇଥିଲେ। ଏହି ଜନସମ୍ପର୍କ ଯାତ୍ରାରେ ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଶାନ୍ତ ପାଣି ଓ ବ୍ଲକ ସଭାପତି ବିଭୂରଞ୍ଜନ ସାହୁ ସହଯୋଗ କରିଥିଲେ।

୬ ଲିଟର ବିଦେଶୀ ମଦ ଜବତ , ଆସାମୀ ଗିରଫ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ୬ ଲିଟର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ ଉପ ନିରୀକ୍ଷକ ଶୁକ୍ରବାର ସକାଳ ,୮ ଘଟିକା ସମୟରେ ଶ୍ରୀଯୁକ ବୁଲୁ ପାତ୍ର ପାଟ୍ରୋଲିଂରେ ଯାଇଥିବା ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଅନିଲ କୁମାର ମିଶ୍ର ଙ୍କୁ ଅଟକ ରଖି ଚଢ଼ାଉ କରିବାରୁ ତାଙ୍କ ନିକଟରୁ ୬.୧୨ ଲିଟର (ମ୍ୟାକ ଡୋୟାଲ ରମ୍) ବିଦେଶୀ ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ । କେଶ୍ ନଂ ୮୨/୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ତାଙ୍କୁ ଭୁବନ ଜେ ଏମ ଏଫ୍ ସି, କୋର୍ଟକୁ ପଠାଯାଇଥିଲା । ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ପ୍ରମୁଖ ଏହି ଚଢ଼ାଉରେ ସହଯୋଗ କରିଥିଲେ ।

କୁଟୁଣିଆ ଘର ଭାଙ୍ଗିଯିବାରୁ ମାନସିକ ଭାବେ ଭାଙ୍ଗିପଡି ଭଙ୍ଗା ଘରେ ଯୁବକଙ୍କ ଆତ୍ମହତ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଢେଙ୍କାନାଳ – ଢେଙ୍କାନାଳ ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ଏକ ଭଙ୍ଗା ଘର ମଧ୍ୟରେ ଓହଳି ପଡି ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ସହର ୯ ନମ୍ବର ୱାର୍ଡ କୁଟୁଣିଆ ନୂଆ ସାହିରେ ସରକାରୀ ଜମିରେ ଘରକରି ରହିଥିବା ପ୍ରାୟ ଶତାଧିକ ପରିବାରଙ୍କ ଘର ଭଙ୍ଗାଯାଇ ଉଛେଦ କରାଯାଇଛି । ଏଥିରେ ବହୁ ଗରିବ ଲୋକ ଭାଙ୍ଗି ପଡିଛନ୍ତି । କୁଟୁଣିଆରେ ହିମାଂଶୁ ଶେଖର ପଣ୍ଡା ଏକ ଆଜବେଷ୍ଟ ଘର କରି ସ୍ତ୍ରୀ ୨ପୁଅ ଓ ୨ଝିଅକୁ ନେଇ ସେଠାରେ ରହୁଥିଲେ । ବଡ଼ପୁଅ ରବି ନାରାୟଣ ପଣ୍ଡା ଛୋଟିଆ ମୋବାଇଲ ଲିପ୍ୟାରିଙ୍ଗ ଦୋକନ କରି ପରିବାର ପୋସୁଥିଲେ । ହେଲେ ଘର ଭାଙ୍ଗିଯିବା ପରଠାରୁ ରବି ବହୁ ଚିନ୍ତାରେ ରହି ମାନସିକ ଭାରଭାସ୍ୟ ହରାଇ ବସିଥିଲେ । ଶୁକ୍ରବାର ଅପରାହ୍ନରେ ତାଙ୍କର ସେହି ଭଙ୍ଗା ଯାଇଥିବା ଘରେ ରସି ଲଗାଇ ଓହଳି ପଡିଥିଲେ । ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସାଧାରଣ ରେ ଆଲୋଚନା ହେଉଛି ନେତାଙ୍କ କଥାରେ ପ୍ରଶାସନ ଏପରି କରି ନିରୀହ ଜୀବନ ନେଉଛି l ଆମେ ଦେଖିଛୁ ବହୁ ଜାଗା ଏବେ ବି କ୍ଷମତା ରେ ଥିବା ନେତାଙ୍କ ପାଖ ଲୋକ ଙ୍କ ନାମରେ ଅଛି, କିନ୍ତୁ ଅଧିକାରୀ ନିରବ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

Deomali Cleaned Up After Filmmaker Highlights Trash Issue

masiha

ଵିଜାତଳା ବ୍ଲକ୍‌ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି

Sunil Chandra Nayak

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!