ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧର୍ମଗଡ଼ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର

ଧର୍ମଗଡ଼ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ଶିବିର

ଧର୍ମଗଡ଼ :ଧର୍ମଗଡ଼ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଫୁଟବଲ, କବାଡି ଓ ଖୋଖୋ ଦଳ ଚୟନ ହୋଇଯାଇଛି। ଚୟନ ଶିବିରକୁ ଧର୍ମଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୫୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ଏଥି ମଧ୍ୟରୁ ଉଭୟ ବାଳକ ଓ ବାଳିକାଙ୍କ ମାନଙ୍କର କବାଡି, ଖୋଖୋ ଓ ଫୁଟବଲ ଦଳ ଚୟନ କରାଯାଇଥିଲା। ଚୟନ ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୨୧ ଜଣ ଖେଳ ଶିକ୍ଷକ ସକ୍ରିୟ ଅଂଶଗ୍ରହଣ କରି ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅବସରରେ ଧର୍ମଗଡ଼ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ ମୁଣ୍ଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପା ନନ୍ଦ ଭୋଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପଞ୍ଚାୟତ ମହାବିଦ୍ୟାଳୟର ଖେଳ ଶିକ୍ଷକ ଅଭୟ ବାଗ ଯୋଗ ଦେଇଥିଲେ। କାଶୀବାହାଲ ଗୁରୁଜୀ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରବଣ କୁମାର ଜାଲ ସଭା ପରିଚାଳନା କରିଥିବାବେଳେ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ତଥା ନୋଡାଲ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ଅନୁଷ୍ଠିତ ଚୟନ ଶିବିରର ଆଭିମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡିକେଡ଼ିଏନୟୁ କ୍ରିକେଟ ପ୍ରତିଯୋଗିତାରେ ଆରସିସି ଦଳ ଚମ୍ପିୟାନ

Sunil Chandra Nayak

ନଳିନୀକାନ୍ତ ମହାନ୍ତି ସ୍ମୃତି କ୍ରିକେଟ ପ୍ରତିଯୋଗିତା : ବାଲାବା, କେନ୍ଦ୍ରାପଡ଼ା ବିଜୟୀ

masiha

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଆୟୋଜନ ଅବସର ରେ କବାଡି ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!