ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌର ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ପୌର ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

ହିଞ୍ଜିଳିକାଟୁ,୨୨/୮: ପୌର ପରିଷଦ, ହିଞ୍ଜିଳିକାଟୁରେ କର୍ତ୍ତବ୍ୟରତ ସହକାରୀ ଯନ୍ତ୍ରୀ ଇଂ ମାନସ ରଞ୍ଜନ ଦାସଙ୍କୁ ପୌର ପରିଷଦ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ ଜରିଆରେ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଚାକିରିରେ ନିଯୁକ୍ତି ପତ୍ର ପାଇବା ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଦୀର୍ଘ ୧୬ ବର୍ଷ ୭ ମାସ ୭ ଦିନ ଧରି ଜନସେବା କରିବା ପରେ ସେ ପଦୋନ୍ନତି ପାଇ ଭଦ୍ରକ ପୌର ପୌରପାଳିକାକୁ ବଦଳି ହୋଇଥିଲେ। ଏହି ଦୀର୍ଘ ସମୟ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ, ସହର ସୌନ୍ଦର୍ଯ୍ୟକରଣ ଓ ସର୍ବୋପରି ନିଜ ଅମାୟିକ ବ୍ୟକ୍ତିତ୍ୱ ଓ ସୁସମ୍ପର୍କକୁ ପାଥେୟ କରି ସବୁ ବର୍ଗର ଲୋକଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଲମ୍ବା ଇନିଂସ ଏକ କାର୍ଯ୍ୟସ୍ଥଳ ନ ଥିଲା ବରଂ ଏକ ସ୍ମରଣୀୟ ଅଧ୍ୟାୟ,ସୁନ୍ଦର ସ୍ମୃତି ଏବଂ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା, ବିଧାୟକ ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୌର ଯନ୍ତ୍ରୀ ଇଂମୁକେଶ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଇଂସୁବ୍ରତ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ପାରିଷଦ ବୃନ୍ଦ, କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ବିଦାୟୀ ସହକାରୀ ଯନ୍ତ୍ରୀଙ୍କୁ ଏକ ଭାବ ବିହ୍ୱଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ପରିଷଦ କାର୍ଯ୍ୟାଳୟରୁ ତାଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନେଇ ସହର ପରିକ୍ରମା କରି ସହରବାସୀ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Related posts

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

masiha

ତିର୍ତୋଲ ସେବାସମବାୟ ସମିତି ର ବ୍ୟାଙ୍କ ସେବା ଓ ଋଣ କର୍ମଶାଳା 

Sunil Chandra Nayak

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ 

Leave a Comment

error: Content is protected !!