ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ସରପଞ୍ଚ ସଂଘ ପକ୍ଷରୁ ନର୍ଲାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନର୍ଲା ସରପଞ୍ଚ ସଂଘ ପକ୍ଷରୁ ନର୍ଲାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରୁପ୍ରା, 22/8 (ଅଜୟ ସେନାପତି) : ନର୍ଲା ଥାନାରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଥାନା ଅଧିକାରୀ ଶ୍ରୀ କୈବଲ୍ୟ ସେଠିଙ୍କୁ ନର୍ଲା ସରପଞ୍ଚ ସଂଘ ପକ୍ଷରୁ ସରପଞ୍ଚ ସଂଘର ସଭାପତି ଶ୍ରୀ ଅନନ୍ତରାମ୍ ମାଝୀଙ୍କ ନେତୃତ୍ୱରେ ସାକ୍ଷାତ କରିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ବାଗପୁର୍ ସରପଞ୍ଚ ଶ୍ରୀ ଗୋପାଳ ହାତୀ, ଘୋଡାବନ୍ଧ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ଘଣ୍ଟମାଳ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ସା, ସରିଆ ସରପଞ୍ଚ ଶ୍ରୀ ଓମ୍ ପ୍ରକାଶ ଛତ୍ରିଆ, ରାକ୍ସି ସରପଞ୍ଚ ଶ୍ରୀ ଯେମନ୍ତ ପୋଢ଼, ଭିମକେଲା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଜୟନ୍ତ ଗୌଡ, କୁର୍ମେଲ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଭୁବନ ମାଝୀ, ମାଣ୍ଡେଲର ଭାରପ୍ରାପ୍ତ ସରପଞ୍ଚ ଶ୍ରୀମତୀ ସୁଧାଙ୍ଗନା ନାୟକଙ୍କ ସମେତ ସମାଜସେବୀ ଶ୍ରୀ ଶିବ ପ୍ରସାଦ ସାହୁ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ତେବେ ନୂତନ ଥାନା ଅଧିକାରୀ ଶ୍ରୀ ସେଠୀଙ୍କୁ ନର୍ଲା ଅଞ୍ଚଳରେ ନିଶା ନିବାରଣ, ମଦମୁକ୍ତ ପଞ୍ଚାୟତ ଗଠନ, ଚୋରୀ ରାହାଜାନି, ସଡ଼କ ସୁରକ୍ଷା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ବିଷୟରେ ଆଲୋଚନା କରାଯାଇଥିଲା ।

Related posts

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲାରେ ଗଡ଼ିଲା ଏସ୍ଆଇଆର୍ ସଚେତନତା ରଥ

ସ୍ଵଛ ସର୍ବେକ୍ଷଣ ଗ୍ରାମୀଣ -୨୦୨୩ ର କେନ୍ଦ୍ରୀୟ ଦଳ ଙ୍କ ଡାବୁଗାଁ ବ୍ଲକ ଗସ୍ତ

Sunil Chandra Nayak

Leave a Comment

error: Content is protected !!